ଦେଖନ୍ତୁ (Video) ଲାଜ ଭୁଲିଗଲେ ପ୍ରେମୀ ଯୁଗଳ, ମେଟ୍ରୋ ଷ୍ଟେଶନରେ ଖୋଲାଖୋଲି କଲେ ଅଶ୍ଲୀଳ କାର୍ଯ୍ୟ

ଭିଡିଓ ଭାଇରାଲ ପରେ ତେଜିଲା ଉତ୍ତେଜନା । ସୋସିଆଲ ମିଡିଆ ୟୁଜର୍ସ ପ୍ରକଟ କଲେ ଅସନ୍ତୋଷ ।

ଓଡ଼ିଶା ଭାସ୍କର: ବେଙ୍ଗାଲୁରୁ ମେଟ୍ରୋ ଷ୍ଟେଶନରୁ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଚି । ଯାହାକୁ ନେଇ ସୋସିଆଲ ମିଡିଆରେ ଡିବେଟ୍ ମଧ୍ୟ ଆରମ୍ଭ ହୋଇଯାଇଛି ।

ବେଙ୍ଗାଲୁରୁ ମାଡାଭରା ମେଟ୍ରୋ ଷ୍ଟେଶନରେ ପ୍ରେମୀ ଯୁଗଳଙ୍କ ଆପତ୍ତିଜନକ କାର୍ଯ୍ୟର ଭିଡିଓ ଏବେ ସୋସିଆଲ ମିଆରେ ଘୁରି ବୁଲୁଛି । ଯାହାକୁ ଲୋକେ ନିନ୍ଦା କରିବା ଆରମ୍ଭ କରିଛନ୍ତି ।

ବେଙ୍ଗାଲୁରୁରେ ଦିଲ୍ଲୀ ମେଟ୍ରୋ କଲଚର ଆପଣାଉଛି ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଭାଇରାଲ ଭିଡିଓ ଅନୁସାରେ ଜଣେ ଯୁବକ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ କିଛି ଆପତ୍ତିଜନକ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଆଉ ସେମାନଙ୍କ କଡ଼ରେ ଛିଡ଼ାଥିବା ଜଣେ ଏହାର ଭିଡିଓ କରି ଥିବା ଜଣାପଡ଼ିଛି ।

ମେଟ୍ରୋ ଭଳି ଗହଳି ସ୍ଥାନରେ ଏପରି କାର୍ଯ୍ୟକୁ ବହୁ ସୋସିଆଲ ମିଡିଆ ୟୁଜର୍ସ ଅସନ୍ତୋଷ ପ୍ରକଟ କରିଛନ୍ତି ।

ଗତବର୍ଷ କୋଲକାତା କାଲିଘାଟ ମେଟ୍ରୋ ଷ୍ଟେଶନରେ କପୁଲ ପରସ୍ପରକୁ ଚୁମ୍ବନ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ବହୁ ଆଲୋଚନା ମଧ୍ୟ ହୋଇଥିଲା ।