fbpx

ଆସନ୍ତାକାଲି ବସିବ କୋଭିଡ ବୈଠକ: ଚୀନ ଭାରିଆଣ୍ଟକୁ ନେଇ ଆତଙ୍କିତ ହୁଅନି, ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମହାମାରୀ କରୋନା ପୁଣି ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ଫଳରେ ଗତ ୨୪ ଘଣ୍ଟାରେ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ ଲୋକ ଏହି ମହାମାରୀରେ ଆକ୍ରନ୍ତ ହୋଇଛନ୍ତି । ତେବେ ଭାରତରେ ମଧ୍ୟ କୋଭିଡର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି । ଅପରପକ୍ଷେ ଚୀନର ଏହି ଭାରିଆଣ୍ଟକୁ ନେଇ ଆତଙ୍କିତ ନହେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ତେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଅନ୍ୟ ଦେଶରେ କୋଭିଡ ବଢୁଥିଲେ ମଧ୍ୟ ଆମ ଦେଶରେ ସେଭଳି ସ୍ଥିତି ଆସିନାହିଁ । କିନ୍ତୁ ଭବିଷ୍ୟତରେ ଏହା ବଢିବ ନାହିଁ ତାହା ମଧ୍ୟ କହିହେବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ତେବେ ନିରଞ୍ଜନ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ଲୋକଙ୍କ ହାର୍ଡ ଇମ୍ୟୁନିଟି ଭଲ ଅଛି । ତେଣୁ ଦେଶବାସୀ ବେଶି ଆତଙ୍କିତ ନହୋଇ ସତର୍କ ରୁହନ୍ତୁ । ଏତିସହିତ କଟଣକାରୁ ବର୍ତ୍ତିବାକୁ ହେଲେ କୋଭିଡ ନିୟମ ସବୁ କଡାକଡି ପାଳନକରନ୍ତୁ ।

ଅନ୍ୟପକ୍ଷେ ଆସନ୍ତାକାଲି ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ତେବେ ଦିନ ୧୨ଟା ୩୦ ମିନିଟରେ ସଚିବାଳୟରେ ଏହି ବୈଠକ ବସିବା ବେଳେ କୋଭିଡ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ତେଣୁ ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସହ ଆର. ଏମ.ଆର. ସି , ଆଇ.ଏଲ.ଏସ ଏବଂ ବିଭିନ୍ନ ମେଡିକାଲ କତ୍ତୃପକ୍ଷ ସାମିଲ ହେବେ । ତେବେ ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.