ମହାକାଳେଶ୍ୱରଙ୍କ ମନ୍ଦିରରେ ଆତସବାଜି ଉପରେ କଟକଣା

ଉଜ୍ଜୟିନୀ: ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେରେ ଚଳିତ ବର୍ଷ ଦୀପାବଳି ପ୍ରତିକାତ୍ମକ ରୂପେ ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ସମିତି ।୩୧ ଅକ୍ଟୋବରରେ ବାବା ମହାକାଳଙ୍କ ଦରବାରରେ ଗୋଟିଏ ଧପଧପି ଜଳାଇ ଦୀପାବଳିର ଆରମ୍ଭ କରାଯିବ । ଏହା ପରେ ଧୂମଦାମରେ ଦୀପାବଳି ପାଳନ ହେବ । ଏଥିସହ, ମନ୍ଦିର ପରିସରରେ ମଧ୍ୟ ବାଣ ଫୁଟାଇବା ଉପରେ ଲାଗିଛି ପ୍ରତିବନ୍ଧକ । ଧପଧପରି ମନ୍ଦିର ପ୍ରାଙ୍ଗଣରେ ପାଳନ ହେବ ଆତବବାଜି ।

ଉଜ୍ଜୟିନୀର ସବୁ ପର୍ବର ଆରମ୍ଭ କାଳ, କାଳ, ମହାକାଳଙ୍କ ମନ୍ଦିରରୁ ଆରମ୍ଭ ହୋଇଥାଏ । କିନ୍ତୁ ଚଳିତ ବର୍ଷ ମହାକାଳଙ୍କ ମନ୍ଦିରରେ ସବୁ ରିତିନିତି ଧୂମଧାମରେ ପାଳନ ହେଲେ ମଧ୍ୟ ଆତସବାଜି ହେବ ନାହିଁ । ତେଣୁ ରିତିନିତି ପାଇଁ ଏବେଠାରୁ ମନ୍ଦିର ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି । ଆତବାଜି ପାଇଁ ପ୍ରତିକାତ୍ମକ ରୂପେ କେବଳ ଗୋଟିଏ ଧପଧପି ଜଳାଯିବ । ତା ପରେ ସାରା ଉଜ୍ଜୟିନୀ ପାଳିବ ଦୀପର ଉତ୍ସବ । ତେବେ ଆଲୋକର ପର୍ବରେ ମହାକାଳ ମନ୍ଦିରରେ କାହିଁକି ଫୁଟିବନି ବାଣ?

ଚଳିତ ବର୍ଷ ହୋଲିରେ ମହାକାଳେଶ୍ୱରଙ୍କ ଗର୍ଭଗୃହରେ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ମନ୍ଦିରର ପୂଜକ, ସେବକ ଜଳିଯାଇଥିଲେ । ତେଣୁ ଏମିତି ଅନ୍ୟ କୌଣସି ଅଘଟଣ ଆଶଙ୍କାରେ ମନ୍ଦିର ପ୍ରବନ୍ଧନ ସମିତି ଦ୍ୱାରା ଦୀପାବଳିରେ ମନ୍ଦିର ପରିସରରେ ବାଣ ନ ଫୁଟାଇବାକୁ ନିଷ୍ପତ୍ତି ହୋଇଛି । ତେବେ ପରମ୍ପରା ରକ୍ଷା କରିବାକୁ ଆତବାଜି ବଦଳରେ ଏକ ଝରିବାଣ ମହାକାଳେଶ୍ୱରଙ୍କ ନିକଟରେ ଜଳାଯିବ । ସେହିପରି ମନ୍ଦିର ପରିସରରେ ମଧ୍ୟ କୌଣସି ବାଣ ଫୁଟା ଯିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

ଏଥିନେଇ ମନ୍ଦିର ପ୍ରଶାସକ ଏକ ପତ୍ର ଜାରିକରିଛନ୍ତି, ଯେଉଁଥିରେ ମନ୍ଦିରରେ ମୁତୟନ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ମନ୍ଦିର ପରିସରରେ ଯେମିତି କୌଣସି ଅତସବାଜି ନ ହେବ, ସେଥିପ୍ରତି ଧ୍ୟାନ ଦେବେ ସେମାନେ । ଦୀପାବଳି ଅବସରରେ ମନ୍ଦିରର ପ୍ରାଙ୍ଗଣ ଦୀପ ଆଲୋକରେ ଆଲୋକିତ କରାଯିବା ସହ ମନ୍ଦିରକୁ ଫୁଲରେ ସଜ୍ଜାଯିବ ।