fbpx

ଦେବୀ ନଦୀରେ ବୁଲୁଛି କୁମ୍ଭୀର, ଲୋକେ ଆତଙ୍କିତ

କଣ୍ଟାପଡା (ଭାସ୍କର ନ୍ୟୁଜ୍‌): ଦୁଇ ଦିନ ହେବ ଦେବୀ ନଦୀର ରହମ୍ବା ବାରଡିଆ ନୂତନ ବ୍ରିଜ୍‌ ପାଖରେ ଏକ ବିରାଟ କୁମ୍ଭୀରକୁ ଲୋକମାନେ ଦେଖି ଆତଙ୍କିତ ହୋଇପଡିଛନ୍ତି । ଏହା ପୂର୍ବରୁ କିଛିଦିନ ତଳେ ଦେବୀ ନଦୀର ଗୋବିନ୍ଦପୁରଠାରେ ଏକ କୁମ୍ଭୀର ଦେଖା ଦେଇଥିଲା । ଯାହାକୁ ବନ ବିଭାଗ ଅଧିକାରୀ ମାନେ ଲୋକମାନଙ୍କୁ ସତର୍କ କରାଇଥିବାବେଳେ ଏବେ ପୁଣି ଥରେ କୁମ୍ଭୀର ଦେବୀ ନଦୀରେ ଦେଖା ଦେଇଥିବାରୁ ଏ ପର୍ଯ୍ୟନ୍ତ ବନ ବିଭାଗ ଅଧିକାରୀ କୌଣସି ପଦକ୍ଷେପ ନେଇନାହାନ୍ତି ।  ଏବେ କୁମ୍ଭୀରଟିକୁ ପୁନଶ୍ଚ ଦେଖି ଲୋକମାନେ ଆତଙ୍କିତ ଅଛନ୍ତି ।

ଉଲେଖ ଯୋଗ୍ୟ ଯେ, କିଛି ଦିନ ପୂର୍ବ ଦେବୀ ନଦୀରେ କୁମ୍ଭୀର ବୁଲୁଥିବା ନେଇ ଅଭିଯୋଗ ହୋଇଥିଲା। ଏଥିପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ନଦୀକୁ ନଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା।ଏଥସହ ବନ ବିଭାଗ ପକ୍ଷରୁ କୁମ୍ଭୀରଟିକୁ ଧରିବା ପାଇଁ ଉଦ୍ୟମ କରାଯାଇଥିଲା । ତେବେ ପୁଣି  କୁମ୍ଭରୀଟି ଦେବୀ ନଦୀର ରହମ୍ବା ବାରହଡିଆ ଅଞ୍ଚଳରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଗ୍ରାମବାସୀ ଭୟଭିତ ଅଛନ୍ତି।

Get real time updates directly on you device, subscribe now.