fbpx

ପରିବା ବଜାରରେ ଲାଗୁନି ଭିଡ଼, ସବୁ ପରିବା ଶହେ ପାର

Advertisement

ଭୁବନେଶ୍ୱର : ହୁ ହୁ ହୋଇ ବୃଦ୍ଧି ପାଉଛି ପରିବା ଦର । ଏପରି ଉଚ୍ଚ ଦର ଯୋଗୁଁ ଗରିବ ଓ ନିମ୍ନ ମଧ୍ୟବିତ୍ତର ପରିବାର ଲୋକେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି । ଖାଉଟିଙ୍କ ପକେଟକୁ ବାଧୁଛି ପରିବା ଦାମର ବୃଦ୍ଧି । ବଜାରରେ ଅଧିକାଂଶ ପରିବାର ଦର ଶହେରୁ ପାର । ଏନେଇ ବ୍ୟବସାୟୀ କହିଛନ୍ତି ଦର ବୃଦ୍ଧି ଦ୍ୱାରା ଖାଉଟିଙ୍କ ସହ ସେମାନଙ୍କୁ ମଧ୍ୟ କ୍ଷତି ହେଉଛି ।

କିଛି ଦିନ ତଳେ ଯେଉଁ ପରିବା ଗୁଡିକ ୨୦-୩୦ ଟଙ୍କା ଥିଲା, ବର୍ତ୍ତମାନ ସେହି ପରିବାର ଦାମ ତିନି ଗୁଣ ହୋଇଯାଇଛି । ପରିବା ଦର ଉପରେ ଆଉ କୌଣସି ଲଗାମ ରହୁ ନାହିଁ । କେବଳ ଟମାଟୋ ନୁହେଁ ଅନ୍ୟ ସବୁ ପରିବା ଦରରେ ମଧ୍ୟ ବୃଦ୍ଧି ହୋଇଛି । ବିନସ କିଲୋ ୨୫୦ ଟଙ୍କା ରହିଛି । ସେହିଭଳି ପୋଟଳ ୧୦୦ ଟଙ୍କା, ଝୁଡୁଙ୍ଗ ୧୨୦ ଟଙ୍କା, କଞ୍ଚା ଲଙ୍କା ୨୦୦ ଟଙ୍କା ରହିଥିବା ବେଳେ ଅନ୍ୟାନ୍ୟ ପରିବାର ଦାମ ମଧ୍ୟ ଶହେ ପାଖା ପାଖି ରହିଛି । ଖାଉଟି କହୁଛନ୍ତି ପାଞ୍ଚ ଶହ ଟଙ୍କାରେ ମଧ୍ୟ ପୂରା ହେଉନି ବ୍ୟାଗ୍ । ଏନେଇ ପରିବା ବ୍ୟବସାୟୀ କହିଛନ୍ତି ବଜାରକୁ ଏବେ ସ୍ଥାନୀୟ ଚାଷୀଙ୍କ ଠାରୁ ପରିବା ଆସୁନାହିଁ । ଫଳରେ ପରିବା ପାଇଁ ବାହର ରାଜ୍ୟ ଉପରେ ନିର୍ଭର ହେବାକୁ ପଡୁଛି । ଅନ୍ୟ ରାଜ୍ୟର ଚଢ଼ା ଦରରେ ପରିବା କିଣା ଯାଉଥିବାରୁ ଏଠି ଦରର ବୃଦ୍ଧି ଘଟୁଛି । ଏହାଫଳରେ କେବଳ ଖାଉଟି ହିଁ ନୁହେଁ ବ୍ୟବସାୟୀମାନେ ମଧ୍ୟ କ୍ଷତି ସହୁଛନ୍ତି ।

ଏହାପରେ ସେ କହିଛନ୍ତି ଓଡ଼ିଶାର ଚାଷୀ ନୂଆ ଫସଲ ଅମଳ କରିନାହାନ୍ତି । ବର୍ଷାଦିନିଆ ନୂଆ ଅମଳ ଆସିବା ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ । ପରିବା ଦରରେ ବୃଦ୍ଧି ଯୋଗୁଁ ବଜାରରେ ଲୋକଙ୍କ ଭିଡ କମ ଦେଖିବାକୁ ମିଳୁଛି । ଦରରେ ବୃଦ୍ଧି ହେଉଥିବାରୁ ପରିବା କିଣିବା ପାଇଁ ଲୋକେ ଭୟ କରୁଛନ୍ତି ।

Get real time updates directly on you device, subscribe now.