୨୦୨୩ ସୁଦ୍ଧା ଆସିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଟାଲ ମୁଦ୍ରା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଡିଜିଟାଲ କରେନ୍ସୀ ଲଞ୍ଚ କରିବା ଦିଗରେ ଭାରତ ତ୍ୱରିତ ପଦକ୍ଷେପ ନେଉଛି । ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୨୩ ସୁଦ୍ଧା ଭାରତ ଏହାର ଡିଜିଟାଲ ମୁଦ୍ରା ପ୍ରସ୍ତୁତ କରିବ । ଏଫଆଇସିସିଆଇର ଏକ କାର୍ୟ୍ୟକ୍ରମରେ ଏହା ସହ ଜଡ଼ିତ ପ୍ରଶ୍ନର ଉତ୍ତରରେ ସୂଚନା ଦେବା ସହ ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଡିଜିଟାଲ କରେନ୍ସୀର ବିଭିନ୍ନ ବ୍ୟବସାୟିକ ବ୍ୟବହାର ସମ୍ଭାବନା ଉପରେ ବିଚାର ବିମର୍ଶ କରୁଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ଉଦ୍ଦେଶ୍ୟ ଡିଜିଟାଲ କରେନ୍ସୀ ଦ୍ୱାରା କେବଳ ଆର୍ଥକ କାରବାର ନୁହେଁ ବରଂ ଏହାଦ୍ୱାରା ବିଭିନ୍ନ ବ୍ୟବସାୟିକ ଲକ୍ଷ୍ୟକୁ ପ୍ରାପ୍ତ କରିବା । ସେ କହିଛନ୍ତି ଯେ ଜେଏମଏମ ତ୍ରିବେଣୀ(ଜନ ଧନ-ଆଧାର-ମୋବାଇଲ) ମାଧ୍ୟମରେ ଆରô୍ଥକ କାରବାରର ଲକ୍ଷ୍ୟ ହାସଲ କରିଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାର ସବୁ ଇଣ୍ଡଷ୍ଟ୍ରୀରେ ଡିଜିଟାଇଜେସନ କରିବାକୁ ଚାହୁଛନ୍ତି । ଏଥିପାଇଁ ସରକାର ବଜେଟରେ ଡିଜିଟାଳ କରେନ୍ସୀ, ହିଜିଟାଲ ବ୍ୟାଙ୍କ ଏବଂ ଡିଜିଟାଲ ୟୁନିର୍ଭସିଟି ଖୋଲିବାକୁ ଘୋଷଣା କରିଥିଳେ । ଡିଜିଟାଲ କରେନ୍ସୀ ଅଧିକ ଶସ୍ତା ଏବଂ ସହଜ ମୁଦ୍ରା ପ୍ରଣାଳିକୁ ପ୍ରଶୟ ଦେବ । ଏଥିପାଇଁ ସରକାର ଡିଜିଟାଲ ମୁଦ୍ରା ଆଣିବାକୁ ବ୍ଲକଚେନ୍ ଏବଂ ଅନ୍ୟ ଜ୍ଞାନକୌଶଳର ପ୍ରୟୋଗ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସେ କହିଛନ୍ତି ରିଜର୍ଭ ବ୍ୟାଙ୍କ ଦ୍ୱାରା ବିକଶିତ ରୂପି ବ୍ଲକଚେନ ସବୁ କାରକାରକୁ ଟ୍ରାକ୍ କରିବା ପାଇଁ ସକ୍ଷମ ହେବ  । ଏବେ ପ୍ରାଇଭେଟ କମ୍ପାନୀ ମାନଙ୍କ ଦ୍ୱାରା ମୋବାଇଲ ୱାଲେଠରେ ଯେଉଁ ସିଷ୍ଟମ ପରିଚାଳିତ ହେଉଛି ସେଥିରେ ସବୁ ଟ୍ରାଞ୍ଜାକ୍ସନକୁ ଟ୍ରାକ୍ କରାଯାଇପାରୁନାହିଁ ।

Get real time updates directly on you device, subscribe now.