fbpx

ଓଜନ କମାଏ କାକୁଡ଼ି ଜୁସ୍‌, ନିୟମିତ କରନ୍ତୁ ସେବନ

ଭୁବନେଶ୍ବର (ଭାସ୍କର ନ୍ୟୁଜ): କାକୁଡ଼ିକୁ ଅନେକେ ସାଲାଡ୍‌ କରି ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହାକୁ ଗ୍ରାଇଣ୍ଡିଂ କରି ଏହାର ଜୁସ୍‌ ପିଇଲେ ବି ଶରୀରକୁ ଅନେକ ଫାଇଦା ମିଳିଥାଏ । ଏପରିକି ଖରାଦିନେ କୋଲ୍ଡ ଡ୍ରିଙ୍କ୍‌ସ ପିଇବାକୁ ପସନ୍ଦ କରୁଥିବା ବ୍ୟକ୍ତିମାନେ ତାକୁ ନ ପିଇ ଯଦି ନିୟମିତ କାକୁଡି ଜୁସ୍‌ ପିଅନ୍ତି, ତା ହେଲେ ସେମାନଙ୍କ ମନ, ମସ୍ତିଷ୍କ ଓ ସ୍ୱାସ୍ଥ୍ୟ ଭଲ ରହିଥାଏ ।

ତା’ ଛଡା ଯେଉଁମାନେ ଓଜନ କମାଇବା ପାଇଁ ଡାଇଟିଂ କରୁଛନ୍ତି, ସେମାନେ ତାଙ୍କ ଡାଏଟ୍‌ ଚାର୍ଟରେ କାକୁଡ଼ି ଜୁସ୍‌କୁ ସାମିଲ କଲେ ଦୁଇଗୁଣା ଫାଇଦା ମିଳିଥାଏ । ଏହି ଜୁସ୍‌ରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ବି, ପୋଟାସିୟମ୍‌ ଓ ଆଂଟିଅକ୍ସିଡାଂଟ୍‌ ରହୁଥିବାରୁ ଚେହେରାକୁ ଉଜ୍ଜ୍ୱଳତା ପ୍ରଦାନ କରିବା ସହ ଖରାଦିନେ ଶରୀରକୁ ହାଇଡ୍ରେଟ୍‌ ରଖିବାରେ ବି ଏହା ବେଶ୍‌ ସହାୟକ ହୋଇଥାଏ । ସେହି ରି କ୍ୟାନ୍ସର ସହ ଲଢ଼ିବା, ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା, ଶରୀରର ଅସ୍ଥିଗୁଡିକୁ ମଜଭୁତ୍‌ କରିବା, ପାଚନ କ୍ରିୟାକୁ ସକ୍ରିୟ କରିବା ତଥା ମୁଖର ଦୁର୍ଗନ୍ଧକୁ ଦୂର କରିବାରେ ବି କାକୁଡ଼ି ଜୁସ୍‌ ବହୁତ ଉପକାରୀ ହୋଇଥାଏ ।

Get real time updates directly on you device, subscribe now.