ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ନାନା ପ୍ରକାର ଭିଡିଓ ଭାଇରାଲ ହେଉଛି । ସେ ଭିତରୁ କିଛି ମନୋରଞ୍ଜନ କରୁଛି ତ ଆଉ କିଛି ଭିଡିଓ ଅବାକ୍ କରି ଦେଉଛି । ସେମିତି ଆଚମ୍ବିତ କଲାଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ବ୍ୟକ୍ତି ହାମରରେ ଏକ ସ୍କୁଟରକୁ ପିଟୁଛନ୍ତି । ଅସଲ କଥାଟି ହେଲା, ବାଇକ୍ କିଣିଥିବା ଯୁବକଙ୍କ ନାଁରେ ଶୋ’ରୁମ୍ ପକ୍ଷରୁ ୯୦ ହଜାର ଟଙ୍କାର ବିଲ୍ ଆସିବା ପରେ ଯୁବକ ଜଣକ ରାଗିଯାଇ ଏପରି କରିଥିବା କୁହାଯାଉଛି । ପ୍ରଥମେ ଓଲା ସ୍କୁଟର ମାଲିକ ହାମରରେ ଗାଡ଼ିକୁ ୨-୪ ଥର ପିଟିବାପରେ ତାଙ୍କ ପାଖରେ ଥିବା ଅନ୍ୟ ଜଣେ ଯୁବକ ହାମରରେ ଗାଡ଼ିକୁ ଆଉ ୩-୪ ପାହାର ପକାଇଥିଲେ । ଏ ପରି ଭାବେ ଜଣ ଜଣ କରି ଲୋକ ଶୋ’ରୁମ୍ ଆଗରେ ଗାଡ଼ିଟିକୁ ପିଟି ଭାଙ୍ଗି ଦେଇଛନ୍ତି । ଭିଡିଓଟିକୁ ୯ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ଦେଖିସାରିଥିବାବେଳେ ବହୁଜଣ ଏଥିରେ କମେଣ୍ଟ ମଧ୍ୟ ଦେଇଛନ୍ତି ।
ତେବେ ଭିଡିଓରେ ଦେଖାଯାଉଥିବା ଏହି ଜଣେ ଗ୍ରାହକ ଓଲା ଉପରେ ଅସନ୍ତୁଷ୍ଟ ନୁହଁନ୍ତି । ବରଂ ଏ ପ୍ରକାର ଏକାଧିକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । କିଛିଦିନ ପୂର୍ବେ ଆଉ ଜଣେ ବ୍ୟକ୍ତି ଓଲା କମ୍ପାନୀ ସର୍ଭିସରେ ଅସନ୍ତୁଷ୍ଟ ହୋଇ ଶୋ’ରୁମରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ପୋଲିସ ଘଟଣା ସମ୍ପର୍କରେ ଜାଣିପାଇଁ ତୁରନ୍ତ ତାଙ୍କୁ ଗିରଫ କରି ନେଇଥିଲା ।