fbpx

ପାନ କାର୍ଡ ୟୁଜର୍ସଙ୍କ ପାଇଁ ବଡ ଖବର ! ଏହି ଭୁଲ କଲେ ଦେବାକୁ ପଡିବ ୧୦ ହଜାର ଜରିମାନା

ନୂଆଦିଲ୍ଲୀ: ବ୍ୟାଙ୍କ ଏବଂ ଆୟକର ରିଟର୍ଣ୍ଣ (ଆଇଟିଆର)ଙ୍କ ପାଇଁ ପାନ୍ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଏହା ସାହାଯ୍ୟରେ ଅନେକ ଅର୍ଥନୈତିକ କାର୍ଯ୍ୟକଳାପ କରିବା ସହଜ ହେଉଛି। ଆୟକର ବିଭାଗର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବାଧ୍ୟତାମୂଳକ ଅଟେ। ଯଦିଓ ଅନେକ ଲୋକ ପାନ୍ କାର୍ଡର ଗୁରୁତ୍ୱ ଜାଣନ୍ତି ନାହିଁ। ପାନ୍ କାର୍ଡ ବିଷୟରେ କିଛି ଗୁରୁତ୍ୱପୁର୍ଣ୍ଣ ସୂଚନା ରହିଛି ଯାହା ଜାଣିବା ଉଚିତ୍। ଏହି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ମଧ୍ୟରୁ, ଗୋଟିଏ ଜିନିଷ ପାନ୍ କାର୍ଡ ବିଷୟରେ ବହୁତ ଧ୍ୟାନରେ ରଖାଯାଏ।

ଏହି ପାନ୍‌କାର୍ଡ କେବଳ ଭାରତରେ ହିଁ କାର୍ଯ୍ୟ କରିଥାଏ। ପ୍ରତ୍ୟେକ ବ୍ୟକ୍ତି ମାତ୍ର ଗୋଟିଏ ହିଁ କାର୍ଡ କରିପାରିବେ। ଏହାର ନକଲ କିମ୍ବା ଏକରୁ ଅଧିକ ରଖାଯାଇ ପାରିବ ନାହିଁ। ଏହା କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜରିମାନା ଦେବାକୁ ପଡିଥାଏ। ଏକ ପାନ୍‌କାର୍ଡରେ ଜନେ ବ୍ୟକ୍ତିଙ୍କର ନାମ ଏବଂ ଜନ୍ମ ତାରିଖ ମଧ୍ୟ ରହିଥାଏ। ଏଭଳି ପରିସ୍ଥିତିରେ ଆପଣଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ସହ ଜେଲ ମଧ୍ୟ ହେବାର ସମ୍ଭାବନା ରହିଛି ।

ଆୟକର ବିଭାଗ ଚେତାବନୀ ଦେଇ କହିଛି ଯେ, ଯଦି ଆପଣଙ୍କର ମଧ୍ୟ ଦୁଇଟି ପାନ୍ କାର୍ଡ ରହିଛି, ତେବେ ତୁରନ୍ତ ଦ୍ୱିତୀୟ ପାନ୍ କାର୍ଡଟିକୁ ବିଭାଗରେ ହସ୍ତାନ୍ତର କରନ୍ତୁ । ଯଦି ଆପଣ ନିଜେ ଦ୍ୱିତୀୟ ପାନ୍ କାର୍ଡକୁ ବିଭାଗରେ ହସ୍ତାନ୍ତର କରନ୍ତି, ତେବେ କୌଣସି ପ୍ରକାରୀ ଜରିମାନା ଆଦୟ କରାଯିବ ନାହିଁ । କିନ୍ତୁ ଏହାକୁ ଲୁଚାଇବା ଦ୍ୱାରା ବିଭାଗର ନଜର ପଡିଲେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ଏହିପରି ଭାବରେ ଦ୍ୱିତୀୟ ପାନକାର୍ଡକୁ ହସ୍ତାନ୍ତର କରନ୍ତୁ :-

– ଏଥିପାଇଁ ଆପଣ ଆୟକର ବିଭାଗର ୱେବସାଇଟକୁ ଯାଆନ୍ତୁ ।

– ବର୍ତ୍ତମାନ Request for New PAN Card / Change କିମ୍ବା Correction ପାନ ଡାଟା ଲିଙ୍କ ଉପରେ କ୍ଲିକ କରନ୍ତୁ ।

– ଏବେ ଫର୍ମ ଡାଉନଲୋଡ୍ କରନ୍ତୁ ଏବଂ ଏହାକୁ ପୂରଣ କରି ଏହାକୁ ଯେକୌଣସି ଏନଏସଡିଏଲ କାର୍ଯ୍ୟାଳୟରେ ଜମା କରନ୍ତୁ ।

Get real time updates directly on you device, subscribe now.