fbpx

ଘଣ୍ଟାପ୍ରତି ୨୫ କି.ମି ବେଗ ଆସୁଛି ବାତ୍ୟା ଅସାନୀ: ଆଜିଠୁ ୩ ଦିନ ଧରି ଲାଗି ରହିବ ବର୍ଷା, ସବୁ ବନ୍ଦରରେ ୨ ନମ୍ବର ବିଦ ସଙ୍କେତ

Advertisement

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅସାନୀ ବର୍ତ୍ତମାନ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହା ସମୁଦ୍ରରେ ଭୟଙ୍କର ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡ଼ି ଆସୁଛି । ପୁରୀ ଠାରୁ ୬୮୦ କି.ମି. ଦୂରରେ ଥିବା ଅସାନୀ ଏବେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ଉତ୍ତର, ଉତ୍ତର- ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି।

ଆଜିଠୁ ପଡିବ ବାତ୍ୟା ଅସାନୀର ପ୍ରଭାବ। ୩ ଦିନ ଧରି ଉପକୂଳବର୍ତ୍ତୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ବର୍ଷା ୧୨ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୦ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ ।

ସେହିପରି ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୨ ତାରିଖରେ ପାରାଦୀପ ନିକଟରେ ଅସାନୀ ଦୁର୍ବଳ ହୋଇ ବାତ୍ୟା ରୂରେ ଅତିକ୍ରମ କରିବ । ଏଥିନେଇ ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦର, ପୁରୀ, ଗୋପାଳପୁର, ପାରାଦୀପ ଓ ଚାନ୍ଦବାଲି ୨ ନମ୍ବର ବିପଦ ସଙ୍କେତ ଦିଆଯାଇଛିଭୁବନେଶ୍ୱର ପାଣିାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ, ୧୦ ତାରିଖ ଯାଏ ଅସାନୀ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଉତ୍ତର ଆନ୍ଧ୍ର, ଓଡ଼ିଶା ଉପକୂଳକୁ ପହଞ୍ଚିବା ବେଳକୁ ତାହା ଗତି ଥ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗକୁ ମୁହାଁଇବ ।

ଆସନ୍ତା ୨୪ ଘଣ୍ଟାରେ ତାହା ଭୀଷଣ ବାତ୍ୟାରୁ ବାତ୍ୟାରେ ରୂପାନ୍ତରିତ ହେବ । ଏହି ସମୟରେ ପାରାଦୀପ ଠାରୁ ୧୧୦ କି.ମି. ଦୂରରେ ଏହା ଗତି କରିବାର ସମ୍ଭାବନା ରହିଛି । ସେତେବେଳେ ଏହା ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇସାରିଥିବ । ସେତେବେଳେ ଓଡ଼ିଶା ଉପକୂଳ ଆଖପାଖରେ ପବନର ବେଗ ୪୦-୫୦ ତଥା ସର୍ବାଧିକ ୬୦ କି.ମି. ରହିବା ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୧୦ରୁ ୧୨ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Get real time updates directly on you device, subscribe now.