fbpx

‘ୟାଗୀ’ ବାତ୍ୟା ତାଣ୍ଡବରେ ୧୪ଜଣଙ୍କ ମୃତ୍ୟୁ, ୧୭୦ ଆହତ, ୮ ଲକ୍ଷ ଘରେ ନାହିଁ ବିଜୁଳି

ନୂଆଦିଲ୍ଲୀ: ଭିଏତନାମା ପାଣିପାଗ ବୈଜ୍ଞାନିକଙ୍କ ଦ୍ୱାରା ୟାଗୀ ଝଡକୁ ଗତ ଦଶନ୍ଧିର ସବୁଠାରୁ ଶକ୍ତିଶାଳି ଝଡ ଭାବେ ବର୍ଣ୍ଣନା କରାଯାଇଛି।ଏହି ଝଡ ଚୀନ ସୀମା ତାଣ୍ଡବ ରଚନା କରି ଏସିଆ ଦେଶରେ ପହଞ୍ଚିସାରିଛି। ଚୀନରେ ଏହି ସାଇକ୍ଲୋନିକ ଝଡ଼ ଯୋଗୁଁ ବର୍ଷା ଏବଂ ପବନ କାରଣରୁ ୮ ଲକ୍ଷରୁ ଅଧିକ ଘରେ ବିଜୁଳି ନାହିଁ।

ଚୀନର ହେନାନ ସୀମାରେ ଶକ୍ତିଶାଳୀ ବାତ୍ୟା ୟାଗୀ ପ୍ରଭାବରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୭୦ ଜଣ ଆହତ ହୋଇଛନ୍ତି। ସେହିପରି ଭିଏତନାମାରେ ଏହି ସାଇକ୍ଲୋନିକ ଝଡରେ ଚାରି ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୭୮ ଜଣ ଆହତ ହୋଇଯାଇଛନ୍ତି। ଏହି ଆହତରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି, ଏଥିପାଇଁ ମୃତକଙ୍କ ସଂଖ୍ୟା ବଢିପାରେ।

ଭିଏତନାମା ପାଣିପାଗ ବିଭାଗ ଅନୁଯାୟୀ, ୟାଗୀ ଝଡକୁ ଗତ ଦଶନ୍ଧିରେ ସବୁଠାରୁ ଶକ୍ତିଶାଳୀ ଝଡ ବୋଲି ବର୍ଣ୍ଣନା କରାଯାଇଛି। ଏହି ଝଡ଼ ଚୀନ ସୀମା ଦେଇ ଗତିକରି ଏସୀୟ ଦେଶରେ ପହଞ୍ଚିଯାଇଛି। ଏଥିରେ ଚୀନର ୮ ଲକ୍ଷରୁ ଅଧିକ ଘରେ ବିଜୁଳି ବାଧାପ୍ରାପ୍ତ ହୋଇଛି।

Get real time updates directly on you device, subscribe now.