fbpx

ମାଡ଼ି ଆସୁଛି ‘ଜୱାଦ୍’: ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ଜୱାଦ୍ ପାଇଁ ୪ଟି ବନ୍ଦରକୁ ବିପଦ ସଙ୍କେତ ଜାରି ହୋଇଛି । ପୂରୀ, ଗୋପାଳପୁରରେ ୭ ନମ୍ବର ସଙ୍କେତ ଜାରି କରାଯାଇଛି । ସେହିପରି ପାରାଦ୍ୱୀପ ଓ ଧାମରାରେ ୪ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ତେବେ ପୁରୀରେ କାଲି ମଧ୍ୟାହ୍ନରେ ଜୱାଦ୍ ଉପକୂଳ ଛୁଇଁବ । ତେଣୁ ପୂରୀ ଉପରେ ପ୍ରଶାସନ କଡ଼ା ନଜର ରଖିଛି । ସେଠାରେ ବର୍ତ୍ତମାନ ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ୍ ଟିମ୍ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ଅନ୍ୟପଟେ ପାରାଦୀପରେ ସର୍ବାଧିକ ୬୨ ମିମି ବର୍ଷା ରେକର୍ଡ କରାଯାଇଛି ।

ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପ୍ରେସମିଟ୍ କରି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ପୁରୀରେ ମଧ୍ୟ ବର୍ଷା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଜୱାଦ୍ ଉତ୍ତର-ପଶ୍ଚି୍ ଦିଗରେ ଗତି କରୁଛି । ଗୋପଳପୁରଠାରୁ ବାତ୍ୟା ଏବେ ୩୬୦ କିମି ଦୁରରେ ରହିଛି ।

Get real time updates directly on you device, subscribe now.