ସାବଧାନ୍! ଅଲ୍ଟ୍ରାସାଉଣ୍ଡ୍ ପାଇଁ ଶରୀରରେ ଲଗାଯାଉଥିବା ଜେଲ୍ ରେ ମିଳିଲା ବିପଜ୍ଜନକ କୀଟାଣୁ: ରିସର୍ଚ୍ଚ

ଯଦି ଆପଣ କେଉଁଠରେ ଅଲ୍ଟ୍ରାସାଉଣ୍ଡ କରାଉଛନ୍ତି କିମ୍ବା କରାଇବାକୁ ଯାଉଛନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଆଇବିଆରଆଇର ବୈଜ୍ଞାନିକଙ୍କୁ ଗବେଷଣାରେ ଅଲ୍ଟ୍ରାସାଉଣ୍ଡ ସମୟରେ ଶରୀରରେ ଲଗାଯାଉଥିବା ଜେଲ ରେ ବିପଜ୍ଜନକ ବ୍ୟାକ୍ଟେରିଆ ମିଳିଛି । ମଣିଷ ଶରୀରରେ ବ୍ୟାକ୍ଟେରିଆ ଲମ୍ବା ସମୟ ପର୍ଯ୍ୟନ୍ତ ରହିପାରନ୍ତି । ଏହା ଅନେକ ପ୍ରକାରର ସଂକ୍ରାମକ ରୋଗର କାରକ ହୋଇଥାନ୍ତି । ଯାହା କେବଳ ହାଇ ଆଣ୍ଟିବାୟୋଟିକ୍ ଦ୍ୱାରା ହିଁ ସମାପ୍ତ ହୋଇଥାନ୍ତି ।

ଭାରତୀୟ ପଶୁ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ (ଆଇବିଆରଆଇ)ର ବିଶେଷଜ୍ଞ ଡାକ୍ତର ଡା.ରବିଚନ୍ଦ୍ରନ କାର୍ତ୍ତିକେୟନ ପ୍ରଧାନ ବୈଜ୍ଞାନିକ ଡା.ଭୋଜରାଜ ସିଂହଙ୍କ ନିର୍ଦ୍ଦେଶନାରେ ଦେଶରେ ୧୭ ରାଜ୍ୟରେ ୧୫ କମ୍ପାନୀଙ୍କ ଅଲ୍ଟ୍ରାସାଉଣ୍ଡ ଜେଲ ର ୬୩ ସାମ୍ପୁଲ ନେଇଥିଲେ । ଏହି ସାମ୍ପୁଲ ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ବିଭିନ୍ନ ହସ୍ପିଟାଲରୁ ମେ ୨୦୨୧ ଡିସେମ୍ବର ରୁ ଏକାଠି କରାଯାଇଥିଲା, ଯେଉଁଠାରେ ରୋଗୀଙ୍କର ଅଲଟ୍ରାସାଉଣ୍ଡ କରାଯାଉଥିଲା । ଆଉ ଏହି ସାମ୍ପୁଲର ଯାଞ୍ଚ କରାଯାଇଥିଲା । ଯେଉଁଥିରେ ୩୨ ସାମ୍ପୁଲରେ ବିପଜ୍ଜନକ ଜୀବାଣୁ ମିଳିଥିଲା ।

ଡାକ୍ତର ଭୋଜରାଜ କହିଛନ୍ତି ଯେ ବୁଖୋଲ୍ଡେରିୟା ସିପେସିୟା ସମୂହର ବ୍ୟାକ୍ଟେର୍ରିଆ ଦ୍ୱାରା ହୋଇଥିବା ସଂକ୍ରମଣର ଚିକିତ୍ସା କରିବା ପାଇଁ ଅନେକ ଥର ଛଅ ମାସରୁ ଅଧିକ ସମୟ ଲାଗିଯାଇଥାଏ । ଅବଶ୍ୟ ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ ଅଧିକାଂଶ ଡାକ୍ତର ଏଭଳି ସଂକ୍ରମଣରୁ ବଞ୍ଚିବା ପାଇଁ ଅଲଟ୍ରାସାଉଣ୍ଡ୍  ଜେଲର ବ୍ୟବହାର କରିବା ପୂର୍ବରୁ ରୋଗୀଙ୍କୁ ଏବଂ ନିଜକୁ ମେଡିକେଟେଡ କ୍ରିମ ଲଗାଇ ସାନିଟାଇଜ୍ କରିଥାନ୍ତି ।

ବୈଜ୍ଞାନିକଙ୍କ କହିବା ଅନୂଯାୟୀ ବୁଖୋଲ୍ଡେରିୟା ସିପେସିୟା ପ୍ରଜାତିର ଜୀବାଣୁ ସହଜରେ ସାଧାରଣ ଆଣ୍ଟିବାୟୋଟିକ୍ ର ବ୍ୟବହାରରେ ନଷ୍ଟ ହୁଅନ୍ତି ନାହିଁ । ଏଥିପାଇଁ ଉଚ୍ଚ ସ୍ତରର ଦାମୀ ଆଣ୍ଟିବାୟୋଟିକ୍ ର ବ୍ୟବହାର ହୋଇଥାଏ । ଯେଉଁ ରୋଗୀଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତି କମ୍ ହୋଇଥାଏ, ସେମାନଙ୍କଠାରେ ଏହା ଖୁବ୍ ଦ୍ରୁତ ଭାବରେ ବ୍ୟାପିଥାଏ । ଏହି ଜୀବାଣୁ କାରଣରୁ ଅନେକ ସମୟରେ ରୋଗୀଙ୍କ ଫୁସଫୁସ ରେ ପାଣି ଜମିଥାଏ । ଏମିତିରେ ଯଦି ଠିକ୍ ସମୟରେ ଚିକିତ୍ସା କରାନଯାଏ ତେବେ ରୋଗୀଙ୍କ ଜୀବନ ଉପରେ ବିପଦ ଆସିପାରେ ।

ତେବେ ଏଥିରୁ ବର୍ତ୍ତିବା ପାଇଁ ଅଲ୍ଣଟ୍ରାସାଉଣ୍ଡ ସେଣ୍ଟରରେ ଉତ୍ତମ ଗୁଣବତ୍ତା ଯୁକ୍ତ ଜେଲର ବ୍ୟବହାର  କରିବା ଦରକାର ଏବଂ ରୋଗର ଅଲ୍ଟ୍ରାସାଉଣ୍ଡ ପରେ ଭଲ ଭାବରେ ଜେଲ୍ ଲଗାଯାଇଥିବା ସ୍ଥାନକୁ ଧୋଇଦେବା ଦରକାର ।