Researchର ବଡ଼ ଖୁଲାସା: ମୋଟା ଲୋକଙ୍କ ପିଲା ହୁଅନ୍ତି ଦୁର୍ବଳ, ଜାଣନ୍ତୁ କାହିଁକି ହୁଏ ଏଭଳି ସମସ୍ୟା…
ପିଲା ଜନ୍ମ ପୂର୍ବରୁ ଖରାପ ଅଭ୍ୟାସ ବଦଳାନ୍ତୁ ବାପା । ନଚେତ୍ ଛୁଆ ଭୋଗିବ କଷ୍ଟ ।
ଓଡ଼ିଶା ଭାସ୍କର: ମୋଟା ବ୍ୟକ୍ତିମାନଙ୍କର ଉଭୟ ଶରୀରିକ ଓ ମାନସିକ ଅସୁବିଧା ଦେଖିବାକୁ ମିଳେ । ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ମଧ୍ୟ ସେମାନେ ହୁଅନ୍ତି । ମଧୁମେହ, ରକ୍ତଚାପ, ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେବା ସାଙ୍ଗକୁ ଫ୍ୟାଟି ଲିଭର ଏବଂ ଫୁସଫୁସ ଜନିତ ରୋଗରେ ଏମାନେ ବହୁ କଷ୍ଟ ଭୋଗ କରନ୍ତି । ଆପଣ ଜାଣିଛନ୍ତି କି ମୋଟା ପୁରୁଷମାନଙ୍କ କ୍ଷେତ୍ରରେ ମୋଟାପଣର ଖରାପ ପ୍ରଭାବ ସେମାନଙ୍କ ପିଲାମାନଙ୍କ ଉପରେ ପଡେ ।
ମୋଟା ଲୋକଙ୍କ ପିଲା ଅଣ୍ଡର ୱେଟ୍ ବା କମ୍ ଓଜନର ହୋଇଥାନ୍ତି । ରିସର୍ଚ୍ଚ ମୁତାବକ ବାପାଙ୍କ ବିଏମଆଇ ଯେତେ ଅଧିକ ହେବ ପିଲାର ଜନ୍ମ ସମୟରେ ତା’ ଓଜନ ସେତେ କମ୍ ରହିବ । ଯାହା ନବଜାତ ଛୁଆ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଯେଉଁ କାରଣରୁ ଶିଶୁ ଶରୀରର ବିକାଶ ମଧ୍ୟ ଠିକ୍ ଭାବେ ହୋଇପାରେ ନାହିଁ ।
ଖରାପ ଡାଏଟ୍, ଅସ୍ୱାସ୍ଥ୍ୟକର ଲାଇଫ୍ ଷ୍ଟାଇଲ, ଧୂମ୍ରପାନ ଯୋଗୁ ବାପାଙ୍କ ପ୍ରଭାବିତ ଜିନ୍ ଛୁଆ ଦେହରେ ପ୍ରବେଶ କଲେ ଏହା ତା’ ପାଇଁ ବିପଦ ସୃଷ୍ଟି କରେ । ଯାହାଫଳରେ ଛୁଆର ଗ୍ରୋଥ୍ ଅଟକି ଯାଏ ।
ଡାକ୍ତର କାର୍ବଲହୋଙ୍କ ମତରେ ଅଧିକ ମୋଟା ବାପାମାନଙ୍କ ଶୁକ୍ରାଣୁର ଗଠନ ଏବଂ କ୍ୱାଲିଟି ଶିଶୁକୁ ପ୍ରଭାବିତ କରେ । ଏହାଦ୍ୱାରା ଛୁଆଙ୍କ ଡିଏନଏ ମଧ୍ୟ ପ୍ରଭାବିତ ହୋଇଥାଏ । ମା’ଙ୍କୁ ଯେମିତି ନିଜ ଖାଦ୍ୟ ପେୟର ଯତ୍ନ ନେବା ଆବଶ୍ୟକ । ସେହିପରି ବାପାଙ୍କୁ ଜୀବନଶୈଳୀ ପ୍ରେଗନାନ୍ସି ପୂର୍ବରୁ ବଦଳାଇବା ଜରୁରୀ ।