ଓଲଟିଲା ହାଇସ୍ପିଡ ଅଟୋ, ପରେ ମାଡ଼ିଗଲା ଟ୍ରକ: ୧୦ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏକ ଟ୍ରକ ଅଟୋ ଉପରେ ମାଡିଯିବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଲୋକେ ଆହତ ହୋଇଛନ୍ତି । ପୋଲିସ ଆହତଙ୍କୁ ସିଏଚସିରେ ଭର୍ତ୍ତି କରାଇଛି, ଯେଉଁଥିରେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଦୁର୍ଘଟଣାଟି ହରଦୋଇ ଜିଲ୍ଲାର କୋତବାଲୀ ବିଲଗ୍ରାମର ରୋଶନପୁର ଅଞ୍ଚଳରେ ଘଟିଛି ।

ଟ୍ରକର ଧକ୍କା ଏତେ ଜୋରରେଥିଲା ଯେ, ଯାତ୍ରୀବାହୀ ଅଟୋଟି ଓଲଟିପଡିଥିଲା । ଅଟୋରେ ବସିଥିବା ଲୋକେ ବାହାରେ ଏଣେ ତେଣେ ପଡିଯାଇଥିଲେ । ପୋଲିସ କହିବାନୁସାରେ, ଅଟୋଟି ବିଲଗ୍ରାମ ଆଡକୁ ଯାଉଥିଲା । ଏହି ସମୟରେ ଅଚାନକ ଅଟୋଟି ଅନିୟନ୍ତ୍ରଣ ହୋଇ ଓଲଟିପଡିଥିଲା । ପଛରୁ ଆସୁଥିବା ଡିଏିଏମ ଅଟୋ ଉପରେ ମାଡିଯାଇଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।