fbpx

ବନ୍ଦ ଘରୁ ଉଦ୍ଧାର ହେଲା ୫ ବର୍ଷୀୟ ଝିଅ ଓ ବାପାଙ୍କର ମୃତଦେହ

ନୟାଗଡ଼: ସକାଳୁ ସକାଳୁ ନୟାଗଡ଼ ଦେବୋତ୍ତର କଲୋନୀରେ ଏକ ଚାଞ୍ଚଲ୍ୟ ଘଟଣା ସାମ୍ନାକୁ ଆସିଛି । ଏକ ବନ୍ଦ ଘର ଖଟ ଉପରୁ ୫ବର୍ଷୀୟ ଝିଅ ଏବଂ ବାପଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏହି ଅଭାନୀୟ ଘଟଣାରେ ଝିଅକୁ ମାରି ବାପା ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି ।

ସୂଚନାନୁଯାୟୀ, ମୃତ ପୁରୁଷ ଜଣକ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ପରେ ଆଉଥରେ ବିବାହ କରିବାକୁ ମନସ୍ତ କରିଥିଲେ । ଏହାପରେ ଗତ ୩ ମାସ ତଳେ ସେ ଦ୍ୱିତୀୟ ବିବାହ କରିଥିଲେ । ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବର୍ତ୍ତମାନ ପୋଲିସର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.