ସାମ୍ନାକୁ ଆସିଲା ମୃତ ନେପାଳୀ ଛାତ୍ରୀଙ୍କ ସୁଇସାଇଡ ନୋଟ, ଏବେ ଖୋଲିଯିବ ରହସ୍ୟ

ଭୁବନେଶ୍ୱର: କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ତେବେ ଏହି ମାମଲାରେ ବର୍ତ୍ତମାନ ସୁଇସାଇଡ ନୋଟ ଜବତ ହୋଇଛି। ମୃତ ନେପାଳୀ ଛାତ୍ରୀଙ୍କ ସୁଇସାଇଡ ନୋଟ ଜବତ ହୋଇଛି।

ଏହି ସୁଇସାଇଡ ନୋଟ ନେପାଳୀ ଭାଷାରେ ଲେଖା ହୋଇଯାଇଛି। ନୋଟ୍‌ରେ ପୁରୁଷ ବନ୍ଧୁ ଦେଉଥିବା ନିର୍ଯାତନା ବିଷୟରେ ଲେଖା ଅଛି। ଏହି ସୁଇସାଇଡ ନୋଟ ଜବତ କରି, ପୋଲିସ ହ୍ୟାଣ୍ଡ ରାଇଟିଂ ବ୍ୟରୋକୁ ପଠାଇଛି। ଏହାପରେ ଜଣାପଡିବ ସଂପୂର୍ଣ୍ଣ ମାମଲା।