ଲକ୍ଷ୍ମୀପୁର: ମନ୍ଦିର ଭିତରେ ପଡ଼ି ରହିଛି ଗଳିତ ମୃତଦେହ । ନାରାୟଣାପାଟଣା ସହରରେ ଥିବା ମାଉସୀ ମା’ ମନ୍ଦିରରେ ପଡ଼ି ରହିଛି ଯୁବକଙ୍କ ଶବ ।
ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ତାଙ୍କ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି । ଘଟଣାର ସୂଚନା ପାଇ ମନ୍ଦିରରେ ପହଞ୍ଚିଛି ସ୍ଥାନୀୟ ପୋଲିସ ଟିମ୍ ।
ମୃତ ଦେହ ମନ୍ଦିର ଭିତରକୁ କେମିତି ଆସିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ । ଏକାଧିକ ଦିଗକୁ ନେଇ ପୋଲିସର ତଦନ୍ତ ଚଳାଇଛି ।