fbpx

କୋଏଲ ନଦୀରୁ ମିଳିଲା ଚତୁର୍ଥ ଭାଇଙ୍କ ଶବ: ଏକା ଦିନେ ବାହୁଡିଗଲେ ୪ ଭାଇ

ରାଉରକେଲା: କୋଏଲ ନଦୀରେ ବୁଡିଯାଇଥିବା ୪ ଜଣ ନାବାଳକଙ୍କ ଶବ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଗତକାଲି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଚତୁର୍ଥ ଭାଇଙ୍କ ଶବ ଆଜି ଉଦ୍ଧାର କରାଯାଇଛି । ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରାରେ ଗୋଟିଏ ପରିବାରର ୪ ଭାଇ ଆରପାରିକୁ ବାହୁଡି ଯାଇଛନ୍ତି ।

କୋଏଲ ନଦୀରେ ବୁଡି ପ୍ରାଣ ହରାଇଥିବା ଏହି ନାବାଳକମାନେ ହେଉଛନ୍ତି କୁନାଲ ସାହୁ, ଋଷି ସାହୁ, ରୋନକ ସାହୁ ଏବଂ କୌଶଲ ସାହୁ । କାଲି ସମସ୍ତଙ୍କ ମୃତଦେହ ଅଗ୍ନିଶମ ବାହିନୀ ଖୋଜି ପାଇଥିବା ବେଳେ କୌଶଲଙ୍କ ପତ୍ତା ପାଇଁ ନଥିଲା । ତେବେ ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ତେବେ ସମ୍ପର୍କୀୟଙ୍କ ଶୁଦ୍ଧକ୍ରିୟାରେ ଆସିଥିବା ବେଳେ ଏଭଳି ଏକ ଅଘଟଣ ଘଟିଯାଇଥିବା ସୂଚନା ମିଳିଛି ।

ପ୍ରକାଶ ଥାଉ କି, ଗତକାଲି ଗାଧୋଇବା ସମୟରେ ରାଉରକେଲାର ଝିରିପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ ୪ ଜଣ ନାବାଳକ ବୁଡି ଯାଇଥିଲେ । ତେବେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଉଭୟଙ୍କୁ ଆରଜିଏଚରେ ମୃତ ଘୋଷଣା କରିଥିଲା । ତେବେ ଏହାପରେ ଜଣକ ପରେ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଗତକାଲି ରାତିରେ ତୃତୀୟ ଭାଇଙ୍କ ଶବ ଉଦ୍ଧାର କରିଥିବା ବେଳେ ଆଜି ଚତୁର୍ଥ ଶବ ଉଦ୍ଧାର କରାଯାଇଛି । ତେବେ ଏମିତି ଏକ ପବିତ୍ର ଦିନରେ ଏ ଅଘଟଣ ଘଟିବା ପରେ ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ ଭାଙ୍ଗି ପଡିଛି ।

Get real time updates directly on you device, subscribe now.