fbpx

ଭୀମସାରରେ ଚିକିତ୍ସା ଅବହେଳାରୁ ମୃତ୍ୟୁ: ହାଇକୋର୍ଟଙ୍କ ନିର୍ଦ୍ଦେଶ- ‘କ୍ଷତିପୂରଣ ଦେବେ ରାଜ୍ୟ ସରକାର’

କଟକ(ଓଡ଼ିଶା ଭାସ୍କର): ଭୀମସାରରେ ଚିକିତ୍ସା ଅବହେଳାରୁ କୋଭିଡ ମୃତ୍ୟୁ ହୋଇଥିବା ଅଭିଯୋଗ ମାମଲାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଣୁଣାଣି କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଆଉ ୧୧ ପରିବାରକୁ ୫୦ ହଜାର ଲେଖାଏଁ ଦେବାକୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମେ’ ୨ର ତାରିଖ ସୁଦ୍ଧା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କ୍ଷତିପୂରଣ ଦେଇ ମେ’ ୨ ସୁଦ୍ଧା କଂପ୍ଲାଏନ୍ସ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅବସରପ୍ରାପ୍ତ ବିଚାରପତିଙ୍କ ରିପୋର୍ଟ ଆଧାରରେ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଏକ ମାମଲା ଆଧାରରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

Get real time updates directly on you device, subscribe now.