fbpx

(Video) ଧୋନୀଙ୍କୁ ଛୋଟ ପିଲା ଭଳି ଏହି ଜିନିଷ ମାଗିଲେ ଦୀପକ ଚହର: ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଗୁଜୁରାଟକୁ ମାତ୍ ଦେଇ ଚେନ୍ନାଇ ନିଜର ପଞ୍ଚମ ଆଇପିଏଲ ଟାଇଟଲ ହାସଲ କରିନେଇଛି । ଚେନ୍ନାଇର ଏହି ବିଜୟରେ ସବୁଠୁ ବଡ ହିରୋ ପାଲଟିଛନ୍ତି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ରୋମାଞ୍ଚକର ମ୍ୟାଚର ଶେଷ ୨ଟି ବଲରେ ୧୦ ରନ କରି ଦଳକୁ ପଞ୍ଚମ ଥର ପାଇଁ ସେ ଚମ୍ପିଆନର ମୁକୁଟ ପିନ୍ଧାଇଛନ୍ତି । ଏହାପରେ ସାରା ଷ୍ଟାଡିୟମରେ ସେଲିବ୍ରେସନ ଆରମ୍ଭ ହୋଇ ଯାଇଥିଲା । କିନ୍ତୁ ଏହି ସମୟରେ ଏକ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୀପକ ଚହର ଧୋନୀଙ୍କୁ କିଛି ମାଗୁଥିବାର ଦେଖାଯାଇଛି ।

MS Dhoni Refuses To Give His Autograph To Deepak Chahar In Hilarious  Exchange After IPL 2023 Final. Watch | Cricket News

ଭାଇରାଲ ହେଉଥିବା ଏହି ଭିଡିଓରେ ଚେନ୍ନାଇର ଷ୍ଟାର ବୋଲର ଦୀପକ ଚହର ଏବଂ କ୍ୟାପଟେନ କୁଲ ଏମ.ଏସ ଧୋନୀଙ୍କୁ ଦେଖିବାକୁ ମିଳିଛି । ଏହି ଭିଡିଓରେ ଦୀପକ ଅଧିନାୟକ ଧୋନୀଙ୍କୁ ଅଟୋଗ୍ରାଫ ମାଗୁଛନ୍ତି । କିନ୍ତୁ ଧୋନୀ ଦୀପକଙ୍କୁ ଅଟୋଗ୍ରାଫ ଦେବା ପାଇଁ ମନା କରୁଥିବାର ଦେଖାଯାଇଛି । ମ୍ୟାଚ ଆରମ୍ଭରୁ ଗିଲଙ୍କ କ୍ୟାଚ ଛାଡିତିବାରୁ ଧୋନୀ ଅଟୋଗ୍ରାଫ ଦେବେନି ବୋଲି ମନା କରୁଥିଲେ । ଏହାପରେ ଦୀପକ ଜିଦି ଧରି ମାହିଙ୍କୁ ଅଟୋଗ୍ରାଫ ମାଗୁଥିବା ଭିଡିଓରେ ଦେଖାଯାଇଛି । ଏହା ଭିତରେ ବିସିସିଆଇର ଉପାଧ୍ୟକ୍ଷ ଏଠାରେ ଉପସ୍ଥିତ ରହିଛନ୍ତି । ଦୀପକଙ୍କର ଏପରି ପିଲାଳିଆମି ଦେଖି ନିଜ ହସକୁ ରୋକି ପାରି ନାହାନ୍ତି ରାଜୀବ । ତେବେ ଏହାପରେ ଧୋନୀ ଦୀପକଙ୍କ କଥା ମାନି ଦୀପକଙ୍କ ଟି-ଶାର୍ଟରେ ଅଟୋଗ୍ରାଫ ଦେଇଛନ୍ତି ।

ଦୀପକ ଚହର ଏବଂ ଧୋନୀଙ୍କର ଏହି ମଜାଳିଆ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହାବ୍ୟତୀତ ଚେନ୍ନାଇ ବିଜୟ ପରେ ଦଳ ସେଲିବ୍ରେସନ କରୁଥିବାର ଅନେକ ଭିଡିଓ ଏବଂ ଫଟୋ ଆଜି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହାପୂର୍ବରୁ ଚିପାକ୍ ଷ୍ଟାଡିୟମରେ ପୂର୍ବତନ ଭାରତୀୟ ଖେଳାଳି ସୁନୀଲ ଗାଭାସ୍କର ମଧ୍ୟ ନିଜ ସାର୍ଟରେ ଧୋନୀଙ୍କ ଅଟୋଗ୍ରାଫ ନେଇଥିଲେ ।

Get real time updates directly on you device, subscribe now.