ବଡ଼ ପରଦାରେ ନଜରକୁ ଆସିବେ ବାପ-ଝିଅ, କିଙ୍ଗ ଖାନଙ୍କ ସହ ରୋମାନ୍ସ କରିବେ ଦୀପିକା

ଫିଲ୍ମ କିଙ୍ଗର ସୁଟିଂ ହେବ ଆରମ୍ଭ । ଦୀପିକା ଓ ଶାହାରୁଖ ଏକାଠି ଆସିବେ ନଜର ।

ମୁମ୍ବାଇ: କିଙ୍ଗ ଖାନ୍ ଶାହାରୁଖଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘କିଙ୍ଗ’କୁ ନେଇ ଆସିଛି ବଡ଼ ଖବର । ଫିଲ୍ମରେ ଶାହାରୁଖଙ୍କ ଝିଅ ସୁହାନା ଖାନ୍ ଥିଏଟରିକାଲ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଫିଲ୍ମରେ ଶାହାରୁଖ ଓ ସୁହାନାଙ୍କ ବ୍ୟତୀତ ଦୀପିକା ମଧ୍ୟ ଅଭିନୟ କରିବେ । ଫିଲ୍ମରେ ଦୀପିକା ସୁହାନାଙ୍କ ମା’ ଚରିତ୍ରରେ ନଜରକୁ ଆସିବେ ବୋଲି କୁହାଯାଉଛି ।

ଖବର ମୁତାବକ, ଫିଲ୍ମ କିଙ୍ଗରେ ଶାହାରୁଖ ପୁଣିଥରେ ଦୀପିକାଙ୍କ ସହ ରୋମାନ୍ସ କରିବେ । ଝିଅ ଜନ୍ମ ପରେ କିଙ୍ଗ ଦୀପିକାଙ୍କ ପ୍ରଥମ ପିଲ୍ମ ହେବାକୁ ଯାଉଛି; ଯେଉଁଥିରେ କାମ କରିବା ପାଇଁ ସେ ରାଜି ହୋଇଥିବା ଜଣାପଡ଼ିଛି ।

ଏହାପୂର୍ବରୁ ଦୀପିକା ଓ ଶାହାରୁଖ ଫିଲ୍ମ ପଠାନରେ ଏକାଠି ନଜରକୁ ଆସିଥିଲେ । ଫିଲ୍ମକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଥିବାବେଳେ ବକ୍ସ ଅଫିସରେ ଫିଲ୍ମଟି ଭଲ ପ୍ରଦର୍ଶନ କରିଥିଲା ।

କିଙ୍ଗ ଏକ ଆକ୍ସନ ଥ୍ରିଲର ଫିଲ୍ମ । ଫିଲ୍ମ ବିଚ୍ଛୁରୁ ଏ ଫିଲ୍ମକୁ ନିର୍ମାଣ କରାଯାଇଥିବା ଆଲୋଚନା ହେଉଛି । ଆସନ୍ତା ମାସରୁ ଫିଲ୍ମର ଶୁଟିଂ ଆରମ୍ଭ ହେବାକୁ ଥିବାବେଳେ ଫିଲ୍ମଟି ଆସନ୍ତା ବର୍ଷ ମୁକ୍ତିଲାଭ କରିବ ।