fbpx

ଏହି ଭିଟାମିନ୍ ଅଭାବରୁ ହୋଇଥାଏ ମୁଡ୍ ସ୍ୱିଙ୍ଗ୍‌, ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ଓଡ଼ିଶା ଭାସ୍କର: ଆଜିକାଲି ଦୈନନ୍ଦିନ ଜୀବନଶୈଳୀରେ ଖୁସି ରହିବା ଏକ ଆହ୍ୱାନ ପାଲଟିଯାଇଛି । ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ଦାୟିତ୍ୱ ଏବଂ କାର୍ଯ୍ୟ ଚାପ ଯୋଗୁଁ ବ୍ୟକ୍ତି ଚିନ୍ତାଗ୍ରସ୍ତ ରହିଥାଏ । ଏହା ବ୍ୟକ୍ତିର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଅନେକ ସମୟରେ ବ୍ୟକ୍ତି ଚିଡ଼ଚିଡ଼ାପଣ ବା ମୁଡ୍ ସ୍ୱିଙ୍ଗର ଶିକାର ହୋଇଥାଏ । ଏହା ପଛରେ ମୁଖ୍ୟ କାରଣ ହେଉଛି ଭିଟାମିନର ଅଭାବ । ଭିଟାମିନର ଅଭାବ ଦ୍ୱାରା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ ।

ସାଧାରଣତଃ ଖୁସିରେ ରହିବା ପାଇଁ ମୁଡ୍ ଭଲ ରହିବା ଆବଶ୍ୟକ । ଏହା ଆମ ସ୍ୱାସ୍ଥ୍ୟ ଏବଂ ସ୍ଲିପିଂ ପାଟର୍ଣ୍ଣକୁ ପ୍ରଭାବିତ କରିଥାଏ । ତେବେ ଗରୁତ୍ୱପୂର୍ଣ୍ଣ କଥା ହେଉଛି ମୁଡ୍ ସ୍ୱିଙ୍ଗ୍ ହେବାର କାରଣ ବିଷୟରେ ଜାଣିବା । ଏହା ପଛରେ ଅନେକ କାରଣ ଥାଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଅଧିକାଂଶ କ୍ଷେତ୍ରରେ ମୁଡ୍ ସ୍ୱିଙ୍ଗ୍ ଗମ୍ଭୀର ରୋଗର କାରଣ ପାଲଟିଥାଏ । ଏହା ବ୍ୟତୀତ ଶରୀରରେ କିଛି ବିଶେଷ ଭିଟାମିନ୍ ଏବଂ ମିନେରାଲ୍ସ ମୁଡ୍ ସ୍ୱିଙ୍ଗର ପ୍ରମୁଖ କାରଣ ଅଟେ । ତେଣୁ କେବଳ ପାଟି ସୁଆଦିଆ ଖାଦ୍ୟ ସେବନ କରିବା ଯଥେଷ୍ଟ ନୁହେଁ । ସନ୍ତୁଳିତ ଏବଂ ପୁଷ୍ଟିକର ଭୋଜନ କରିବା ଦ୍ୱାରା ଶରୀର ସୁସ୍ଥ ଏବଂ ନିରୋଗ ରହିଥାଏ । ଶରୀରରେ ଭିଟାମିନ ‘ବି’, ଭିଟାମିନ୍ ‘ସି’, ଭିଟାମିନ୍ ‘ଡି’ ଏବଂ ଭିଟାମିନ୍ ‘ଇ’ କାରଣରୁ ମୁଡ୍ ସ୍ୱିଙ୍ଗ୍ ହୋଇଥାଏ । ଏହା ବ୍ୟତୀତ କ୍ୟାଲସିୟମ, ଲୌହ, କ୍ରୋମିୟମ, ଜିଙ୍କ୍‌, ସେଲେନିୟମ ଏବଂ ମ୍ୟାଗନେସିୟମ ଭଳି ମିନେରାଲ୍ସ ଅଭାବରୁ ଏପରି ହୋଇଥାଏ । ଏଭଳି ସ୍ଥିତିରେ ନିଜ ଡାଏଟ୍ ଚାର୍ଟରେ ଦୁଗ୍ଧ ଜାତୀୟ ଆହାର, ଆମିଷ, ଫଳ, ସବୁଜ ପନିପରିବା, ସ୍ପ୍ରାଉଟ୍ସ ଇତ୍ୟାଦି ସାମିଲ କରନ୍ତୁ । ଖାଦ୍ୟର ପରିମାଣ ନୁହେଁ ବରଂ ସେଥିରେ ଥିବା ଗୁଣବତ୍ତାକୁ ମହତ୍ୱ ଦିଅନ୍ତୁ । ଅତ୍ୟାଧିକ ଚିନି, ଲୁଣ ଏବଂ ତେଲ ସେବନ କରିବା ଠାରୁ ଦୂରେଇ ରୁହନ୍ତୁ । ଚିନ୍ତାମୁକ୍ତ ରହିବା ପାଇଁ ପ୍ରାତଃ ଭ୍ରମଣ, ଯୋଗାସନ, ସୁନିଦ୍ରା ଇତ୍ୟାଦି ଦିନଚର୍ଯ୍ୟାରେ ସାମିଲ କରିପାରିବେ ।

ମୁଡ୍ ସ୍ୱିଙ୍ଗର ଲକ୍ଷଣ

– ଶରୀରରେ ଶକ୍ତିର ଅଭାବ ଯୋଗୁଁ ଥକ୍କାପଣ ଅନୁଭବ କରିବା
– ମାତ୍ରାଧିକ ଖାଇବା କିମ୍ବା ଭୋକ ନ ଲାଗିବା
– ଅନିଦ୍ରତା
– ବାତାବରଣର ବିପରିତ ବ୍ୟବହାର କରିବା
– ଆତ୍ମବିଶ୍ୱାସରେ ହ୍ରାସ
– ଜିିନିଷ ଭୁଲିଯିବା
– ଭ୍ରମିତ ଅନୁଭବ କରିବା

ଏହି ସବୁ କାରଣ ପାଇଁ ହୋଇଥାଏ ମୁଡ୍ ସ୍ୱିଙ୍ଗ୍‌

– ହର୍ମୋନାଲ ପରିବର୍ତ୍ତନ ବିଶେଷ କରି ଏଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରୋନ୍ । ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ, ଗର୍ଭାବସ୍ଥା, ପ୍ରିମେନୋପୋଜ୍ ଏବଂ ମେନୋପୋଜ୍ ସମୟରେ ମୁଡ୍ ସ୍ୱିଙ୍ଗ୍ ଦେଖାଦେଇଥାଏ ।
– ଷ୍ଟ୍ରେସ୍‌, ଏଂଗଜାଇଟି, ଡିପ୍ରେସନ୍
– ଥାଇରଏଡ୍ ହର୍ମୋନ ମେଟାବଲିଜିମ୍ ଏବଂ ମୁଡ୍ ଦୁହିଁଙ୍କୁ ନିୟନ୍ତ୍ରିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇଥାଏ । ଥାଇରଏଡ଼ ହର୍ମୋନାଲ ଅସନ୍ତୁଳନ ସମସ୍ୟାର କାରଣ ହୋଇପାରେ ।

Get real time updates directly on you device, subscribe now.