fbpx

ଭାରତରେ ପ୍ରଥମ ଥର ପାଇଁ ଗଡିବ ଏୟାର ଟ୍ରେନ, ମାଗଣାରେ ଯାତ୍ରା କରିପାରିବେ

ନୂଆଦିଲ୍ଲୀ: ବିକାଶିତ ଭାରତ ନେଇ ଲକ୍ଷ୍ୟ ରଖିଥିବା ଭାରତ ବିକାଶ ପଥରେ ଆଉ ପାଦେ ଆଗକୁ ବଢିଛି । ଖୁବ୍ କମ୍ ଦିନ ମଧ୍ୟରେ ଭାରତରେ ଗଡିବ ଏୟାର ଟ୍ରେନ । ତେବେ ଏହି ଏୟାର ଟ୍ରେନ ପୂର୍ବରୁ ଅନେକ ଦେଶରେ ଗଡିଥିବା ବେଳେ ବର୍ତ୍ତମାନ ଭାରତରେ ଶୁଭାରମ୍ଭ ନେଇ ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନ ଦ୍ବାରା ଟର୍ମିନାଲ୍ ମଧ୍ୟରେ ଯାତାୟତ ବେଶ୍ ସୁବିଧା ହେବ ।

ଯଦି ଦେଖିବା ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର କେବଳ ଦେଶରେ ନୁହେଁ ବିଶ୍ବର ସବୁଠାରୁ ବ୍ୟସ୍ତବହୁଳ ଅଟେ । ଦିଲ୍ଲୀ ବିମାନବନ୍ଦରରୁ ପ୍ରତିଦିନ ହଜାର ହଜାର ଯାତ୍ରୀ ବିମାନ ଯାତ୍ରା କରିଥାନ୍ତି । ଅନ୍ତର୍ଜାତୀୟ ସେବା ପ୍ରଦାନ କରୁଥିବାରୁ ବିପୁଳ ମାତ୍ରାରେ ଯାତ୍ରୀଙ୍କର ସମାଗମ ହୋଇଥାଏ । ଅନ୍ୟପଟେ କନେକ୍ଟିଭିଟି ଫ୍ଲାଇଟରେ ଯିବା ପାଇଁ ବିମାନ ବନ୍ଦରରେ ଯାତ୍ରୀଙ୍କୁ ବହୁ ଦୂର ଚାଲିଚାଲି ଯିବାକୁ ହୋଇଥାଏ । କିନ୍ତୁ ଆଗାମା ଦିନରେ ଏଭଳି ଅସୁବିଧାର ସମ୍ମୁଖୀନ ହେବେନି ଯାତ୍ରୀ ।

ଏୟାର ଟ୍ରେନ୍ ଆରମ୍ଭ ହେଲେ ବିମାନ ଯାତ୍ରୀମାନେ କୌଣସି ସ୍ଥାନରେ ନଅଟକି କିଛି ମିନିଟ୍ ମଧ୍ୟରେ T3 ଏବଂ T2 ରେ ପହଞ୍ଚିପାରିବେ । ଏହି ଏୟାର ଟ୍ରେନର ମାର୍ଗର ମୋଟ ଦୈର୍ଘ୍ୟ 7.7 କିଲୋମିଟର ହେବ ଏବଂ ଏହା କେବଳ ଚାରିଟି ଷ୍ଟପରେ ଅଟକି ରହିବ – ଟର୍ମିନାଲ୍ 1, T2-3, ଏୟରୋସିଟି ଏବଂ କାର୍ଗୋ ସିଟି । ସୂଚନା ଅନୁଯାୟୀ, 2027 ଶେଷ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ପ୍ରକଳ୍ପ ପାଇଁ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (DIAL) ମଧ୍ୟ ଏକ ଟେଣ୍ଡର ଜାରି କରିଛି ଏବଂ ଏହା ସମ୍ଭବତଃ ଅକ୍ଟୋବର-ନଭେମ୍ବର ସୁଦ୍ଧା ଟେଣ୍ଡର ପାଇଁ ବିଡିଂ ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକଳ୍ପ ପାଇଁ ମୋଟ 2 ହଜାର କୋଟି ଖର୍ଚ୍ଚ ହେବ । ବିଶ୍ବର ଏହି ଏୟାର ଟ୍ରେନ ପ୍ରଥମ ଥର ପାଇଁ ଭାରତରେ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ପୂର୍ବରୁ ଏହା ଅନେକ ଦେଶରେ ବ୍ୟବହୃତ ହୋଇଛି । ଚୀନ, ନ୍ୟୁୟର୍କ, ଜାପାନ ସମେତ ଅନେକ ଦେଶରେ ଏହି ଏୟାର ଟ୍ରେନ ଆମ୍ଭ ହୋଇଛି ।

Get real time updates directly on you device, subscribe now.