ଦିଲ୍ଲୀ ବିଧାନସଭା ନିର୍ବାଚନ: କେତେ ଜଣ ଭରିଲେ ନାମାଙ୍କନ, ଖୋଲି କହିଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୈତିକ ମାହୋଲ ।

ଏଥିମଧ୍ୟରେ ଜାନୁଆରୀ ୧୭ରେ ଶେଷ ହୋଇଛି ନାମାଙ୍କନ ପ୍ରକ୍ରିୟା । ସେହିପରି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ୨୦ ଜାନୁଆରୀ ।

କେତେ ଜଣ ଭରିଛନ୍ତି ପ୍ରାର୍ଥୀପତ୍ର?

ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ ଦିଲ୍ଲୀ ବିଧାନସଭାର ୭୦ଟି ଆସନ ପାଇଁ ମୋଟ୍ ୯୮୧ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

ଚଳିତ ନିର୍ବାଚନରେ ମୋଟ୍ ୧୦୪୦ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଳାଇଥିବା ବେଳେ ନିର୍ବାଚନ ଆୟୋଗ ୱେବସାଇଟ୍ ଅନୁଯାୟୀ ମୋଟ୍ ୧୫୨୨ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିମଧ୍ୟରୁ ୪୭୭ ନାମାଙ୍କନ ପତ୍ର ଖାରଜ କରାଯାଇଛି ।

କେଉଁଠି ଦାଖଲ ହୋଇଛି ସର୍ବାଧିକ ନାମାଙ୍କନ ପତ୍ର?

ଏଥର ଦିଲ୍ଲୀରେ ଆପ୍‌, ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ ।

ପଟପଡ଼ଗଞ୍ଜ ଆସନରୁ ମୋଟ୍ ୧୧ ଜଣ ପ୍ରାର୍ଥୀ ୨୦ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସେହିପରି ଜଙ୍ଗପୁରାରୁ ୧୨ ଜଣ ପ୍ରାର୍ଥୀ ୧୯, କାଲକାଜି ଆସନରୁ ୧୮ ଜଣ ପ୍ରାର୍ଥୀ ୨୮, କସ୍ତୁରବା ନଗର ନିର୍ବାଚନ ମଣ୍ଡଳୀରୁ ୬ ଜଣ ପ୍ରାର୍ଥୀ ମୋଟ୍ ୯ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଦିଲ୍ଲୀ ବିଧାନସଭା ଅଞ୍ଚଳରୁ ସର୍ବାଧିକ ୨୯ ପ୍ରାର୍ଥୀ ୪୦ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

କହିରଖୁଛୁ ଆସନ୍ତା ୫ ଫେବୃଆରୀ ଦିନ ମତଦାନ ହେବାକୁ ଥିବା ବେଳେ ୮ ତାରିଖ ଦିନ ଫଳାଫଳ ଘୋଷଣା ହେବ ।