fbpx

ଦୋଳ ପୂର୍ଣ୍ଣିମା: ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ, ମହଣ ମହଣ ସୁନାରେ ସୁସଜ୍ଜିତ ହେବେ ଶ୍ରୀଜୀଉ

ପୁରୀ: ଆଜି ଦୋଳପୂର୍ଣ୍ଣିମା । ଏହି ଅବସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସୁନାବେଶ ବେଶ କରାଯିବ । ରତ୍ନସିଂହାସନରେ ଶ୍ରୀବିଗ୍ରଙ୍କୁ ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ କରାଯିବ। ଏଥି ସହିତ ଠାକୁରେ ଅବିର ଓ ଝିମିରି ଫଗୁ ଲାଗି ନୀତି ଅନୁଷ୍ଠିତ ହେବ । ଏଥିସହିତ ଶ୍ରୀଦୋଳଗୋବିନ୍ଦ, ଲକ୍ଷ୍ମୀ ଓ ସରସ୍ୱତୀ ଦୋଳବେଦିକୁ ବିଜେ କରି ଦୋଳି ଖେଳିବେ । ଘଣ୍ଟ, ଘଣ୍ଟା ଓ କାହାଳୀର ପଟୁଆରରେ ଠାକୁରମାନେ ଦୋଳବେଦିରେ ପହଞ୍ଚିବେ । ମହାଜନେ ଦୋଳିରେ ଦୋଳଠାକୁରଙ୍କୁ ବିଜେ କରିବା ପରେ ସର୍ବସାଧାରଣ ଦର୍ଶନ ହେବ ।

ନୀତି ସାରି ଠାକୁରେ ଶ୍ରୀମନ୍ଦିରକୁ ବାହୁଡ଼ିବେ । ପରେ ଦାରୁ ଦିଅଁଙ୍କ ସୁନାବେଶ ଓଲାଗି ହୋଇ ମହାସ୍ନାନ ବଢିବ । ଅନ୍ୟାନ୍ୟ ନୀତି ସହ ସନ୍ଧ୍ୟା ଆଳତି, ଚନ୍ଦନ ଲାଗି, ବଡ଼ସିଂହାର ବେଶ ଓ ଭୋଗ ହୋଇ ଠାକୁରଙ୍କ ରାତ୍ର ପହୁଡ଼ ହେବ । ଭୋର୍‌ ୩ଟାରେ ଦ୍ୱାରଫିଟା ହେବ । ରାଜାଧିରାଜ ବେଶ ସକାଳ ୮ଟାରେ ହେବ । ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଠାକୁରେ ଏହି ବେଶରେ ରହିବେ । ମଠ ବାଡ଼ି ସମେତ ବିଭିନ୍ନ ଧର୍ମାନୁଷ୍ଠାନରେ ମଧ୍ୟ ଦୋଳପୂର୍ଣ୍ଣିମା ପର୍ବ ଅନୁଷ୍ଠିତ ହେବ ।

ସୂଚନା ମୁତାବିକ, ଶ୍ରୀଜିଉଙ୍କ ଅବକାଶ ନୀତି ପରେ ରାଜବେଶ ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ପ୍ରକାର ରତ୍ନ ଅଳଙ୍କାର, ପୁଷ୍ପ ଅଳଙ୍କାର ଓ ମୂଲ୍ୟବାନ ପାଟବସ୍ତ୍ରରେ ସୁସଜ୍ଜିତ ହୋଇ ଠାକୁରମାନେ ରାଜରାଜେଶ୍ୱର ବେଶ ଧାରଣ କରିଥାନ୍ତି । ଏହି ବେଶ ସୁନା ବେଶ ହୋଇଥିବାରୁ ଏଥିରେ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଏ । ଏହାକୁ ମହାପ୍ରଭୁଙ୍କର ରାଜା ବେଶ ବୋଲି କୁହାଯାଏ

Get real time updates directly on you device, subscribe now.