ବଡ ଖବର! WTC Finalରେ ଧୋନୀ ଟିମ ଇଣ୍ଡିଆକୁ କରିବେ କମବ୍ୟାକ? ଖେଳିପାରନ୍ତି Farewell ମ୍ୟାଚ

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଟିମ ଇଣ୍ଡିଆକୁ କମବ୍ୟାକ କରିପାରନ୍ତି ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ । ଭାରତକୁ ବିଶ୍ୱ ବିଜେତା କରାଇବା ପାଇଁ ଦଳକୁ ଫେରିପାରନ୍ତି କ୍ୟାପଟେନ କୁଲ ମାହି । ଟେଷ୍ଟରୁ ଅବସର ନେବାର ୧୦ ବର୍ଷ ପରେ ପୁଣିଥରେ ଧୋନୀ ପିନ୍ଧି ପାରନ୍ତି ଟିମ ଇଣ୍ଡିଆର ହ୍ୱାଇଟ ଜର୍ସି । ତେବେ ଏହି ପ୍ରସ୍ତାବକୁ ଭାରତର ପୂର୍ବତନ ହେଡ କୋଚ ରବି ଶାସ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି । ଜଣେ ୱିକେଟ କିପର ଭାବରେ ଧୋନୀ ଏବେ ମଧ୍ୟ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଖେଳିପାରିବେ ।

Indian wicket-keeper: Get top 10 list

ତେବେ ଅଷ୍ୟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ଧୋନୀଙ୍କୁ ପୁଣିଥରେ ଦଳରେ ସାମିଲ କରିବା ପାଇଁ ସୋସିଆଲ ମିଡିଆରେ ଦାବି ଜୋର ଧରିଛି । ଏହି ମହାମୁକାବିଲା ପାଇଁ ଭାରତୀୟ ଦଳ ୧୫ ଜଣିଆ ଦଳ ଘୋଷଣା କରିତିବା ବେଳେ ମୁଖ୍ୟ ୱିକେଟ କିପର ଭାବରେ କେ.ଏଲ ରାହୁଲଙ୍କ ନାଁ ସାମିଲ କରିଛି । କିନ୍ତୁ କ୍ରିକେଟପ୍ରେମୀ ଧେଶନୀଙ୍କୁ ପୁଣିଥରେ ଦଳରେ କମବାକ କରାଇବା ପାଇଁ ଦାବି କରିଛନ୍ତି । ସେପଟେ ଏହି ଦାବିକୁ ସ୍ୱୀକାର କରିଛନ୍ତି ପୂର୍ବତନ କୋଚ ରବି ଶାସ୍ତ୍ରୀ ।

As wicketkeeper, MS Dhoni was faster than the best pickpockets: Ravi Shastri  | Sports News,The Indian Express

ସେ କହିଛନ୍ତି ଯେ, ହଁ, ଧୋନୀ ଅନେକ ଯୁବ ୱିକେଟ କିପରଙ୍କୁ ମାର୍ଗଦର୍ଶନ କରାଇଛନ୍ତି । ତେବେ ବିଶେଷ କରି ଆଇପିଏଲରେ ୱିକେଟ କିପିଙ୍ଗ କରିବାର ଦକ୍ଷତା ଏବଂ ଏହା କିପରି କରାଯାଇପାରେ ଏସବୁ ସେ ସବୁବେଳେ ୟଙ୍ଗଷ୍ଟରମାନଙ୍କୁ ଶିଖାଇଥାନ୍ତି । ଧୋନୀ କେବେ କୌଣସି ରେକର୍ଡ କିମ୍ବା ଷ୍ଟଟିଷ୍ଟିକ୍ସ ପାଇଁ କ୍ରିକେଟ ଖେଳନ୍ତି ନାହିଁ । ଦଳକୁ ବିଜୟୀ କରାଇବା ପାଇଁ ସେ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି । କିନ୍ତୁ ସେ ଯେତେବେଳେ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଛନ୍ତି ଏହାକୁ କେହି ପରିବର୍ତ୍ତନ କରି ପାରିବେ ନାହିଁ । ସେ ଚାହିଁଥିଲେ ୧୦୦ ଟେଷ୍ଟ ଖେଳି ଏକ ସୁନ୍ଦର ଅବସର ଗ୍ରହଣ କରିପାରି ଥାନ୍ତେ । କିନ୍ତୁ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ସେ ହଠାତ ନିଷ୍ପତ୍ତି ନେବା ସହ ଏହି ଫର୍ମାଟରୁ ବିଦାୟ ନେଇଯାଇଥିଲେ ।

IPL 2023 - MS Dhoni - No-balls and wides hurting Chennai Super Kings  'really bad' | ESPNcricinfo

ତେବେ ଭାରତୀୟ କ୍ରିକେଟ ଟିମ୍ ଧୋନୀଙ୍କ ସନ୍ନ୍ୟାସ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପରି ଜଣେ ୱିକେଟ କିପରର ସନ୍ଧାନରେ ରହିଛି । ଅନେକ ଖେଳାଳିଙ୍କୁ ସୁଯୋଗ ଏହା ଭିତରେ ସୁଯୋଗ ଦେଇ ସାରିଛି ବିସିସିଆଇ । କିନ୍ତୁ ଧୋନୀଙ୍କ ଭଳି ୱିକେଟ କିପିଙ୍ଗର ପାଖରେ ମଧ୍ୟ କେହି ପହଞ୍ଚି ପାରିନାହାନ୍ତି । ସେପଟେ ଚଳିତ ଆଇପିଏଲ ସିଜନରେ ନିଜର ପୁରୁଣା ଅନ୍ଦାଜରେ ଦେଖିବାକୁ ମିଳିଛନ୍ତି ଭାରତର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ । ବିଶାଳ ଛକା ସହ ୱିକେଟ ପଛରେ ସେହି ଫୂର୍ତ୍ତି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେଣୁ ସେ ପୁଣିଥରେ ଭାରତୀୟ ଦଳକୁ କମବ୍ୟାକ କରନ୍ତୁ ବୋଲି ଫ୍ୟାନ୍ସ ଦାବି କରୁଛନ୍ତି ।