fbpx

୫୦୦ କୃଷକ କଣ ମୋ ପାଇଁ ମରିଛନ୍ତି: ସତ୍ୟପାଲ ମଲିକଙ୍କୁ କାହିିଁକି ଏମିତି କହିଲେ ମୋଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପୁଣି ଥରେ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ୍ । ରବିବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୋଦୀଙ୍କୁ ଅହଙ୍କାରୀ ବୋଲି କହିଛନ୍ତି ସତ୍ୟପାଲ । ହରିୟାଣାର ଦାଦ୍ରିରେ ଏକ ସଭାକୁ ଉଦବୋଧନ ଅବସରରେ ସତ୍ୟପାଲ ଏହି ଘଟଣା ସମ୍ପର୍କରେ କହିଥିଲେ । ମୋଦୀଙ୍କୁ ଭେଟିବା ପରେ କୃଷି ଆଇନ ସମ୍ପର୍କରେ ଆଲୋଚନା କରିଥିଲି । ଏହି ଆଇନକୁ ନେଇ ମୋର ଓ ମୋଦୀଙ୍କର ଝଗଡା ହୋଇ ଯାଇଥିଲା ।

ଏହି ଘଟଣାକୁ ନେଇ ମୋର ଓ ମୋଦୀଙ୍କର ଯୁକ୍ତି ତର୍କ ହୋଇଥିଲା । ଆମର ୫୦୦ କୃଷକ ଭାଇ ପ୍ରାଣ ହରାଇଥିବା ବେଳେ ଆପଣ ନୀରବ ରହିବା ଠିକ ନୁହେଁ ବୋଲି ସତ୍ୟପାଲ କହିଥିଲେ । ମୋଦୀ ଏହାର ଜବାବ ରଖିବାକୁ ଯାଇ କହିଥିଲେ ଏଥିପାଇଁ କଣ ମୁଁ ଦାୟୀ । ଯେହେତୁ ଆପଣ ରାଷ୍ଟ୍ରମୁଖ୍ୟ ଆପଣ ହିଁ ଏଥିପାଇଁ ଦାୟୀ ରହିବେ ବୋଲି ସତ୍ୟପାଲ କହିବା ପରେ ଯୁକ୍ତିତର୍କ ଆହୁରି ବଢିଥିଲା । ଏହାପରେ ଅମିତ ଶାହଙ୍କୁ ଭେଟିବା ପାଇଁ ମୋଦୀ ପରାମର୍ଶ ଦେଇଥିଲେ । ତେବେ ଅମିତ ଶାହ ଏହି ସମସ୍ୟାର ସମାଧାନ ପାଇଁ ପ୍ରତଶ୍ରୁତି ଦେଇଥିବା କହିଛନ୍ତି ସତ୍ୟପାଲ ମଲିକ୍ । ଏହା ସହିତ କୃଷକ ମାନଙ୍କ ନାମରେ କରାଯାଇଥିବା କେସ ଗୁଡିକ ପ୍ରତ୍ୟାହାର କରିବା ପାଇଁ ସତ୍ୟପାଲ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.