Breaking: ଦାରୁ ବିବାଦ: ଅପରାହ୍ନଣରେ ବସିବ ବଡ଼ ବୈଠକ

ପୁରୀ: ଦୀଘା ଜଗନ୍ନାଥ ମନ୍ଦିରରେ ଦାରୁ ପ୍ରସଙ୍ଗ । ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଗତକାଲି ଆଇନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଆଜି ବିଭିନ୍ନ ନିଯୋଗ ସହ ଆଲୋଚନା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାକ । ଦୀଘା ଜଗନ୍ନାଥ ମନ୍ଦିରରେ ଦାରୁ କାଠରେ ତିଆରି ବିଗ୍ରହ ପହଞ୍ଚିଲା କିପରି ତାକୁ ନେଇ ହେବ ଆଲୋଚନା ।

ଗତକାଲି ଶ୍ରୀ ମନ୍ଦିର ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ସାମ୍ବାଦିକ ସମ୍ପିଳନୀରେ ଦୀଘା ମନ୍ଦିର ପୂଜା ପାଇଁ ଯାଇଥିବା କହିିଥିଲେ । ମନ୍ଦିରରେ ଦାରୁ କାଠରେ ତିଆରି ମୂର୍ତ୍ତି ପ୍ରତିଷ୍ଠା ପାଇବା ନେଇ ଏକ ଘରୋଇ ଚ୍ୟାନେଲରେ ପ୍ରତିକ୍ରିୟା ରଖିଥିଲେ ।

ଯାହାକୁ ନେଇ ଦାରୁ ବିବାଦ ମୁଣ୍ଡ ଟେକିଥିବାବେଳେ ଗତକାଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯାଞ୍ଚ ନିର୍ଦ୍ଦେଶ ନେଇ ଚିଠି ଲେଖିଥିଲେ ।