fbpx

ଡିଜିଟାଲ ପ୍ରେମ: ବିବାହର ୧୫ ଦିନ ପରେ କାହିଁକି ଆତ୍ମହତ୍ୟା କଲେ ସ୍ୱାମୀ?

ନୂଆଦିଲ୍ଲୀ: ଫେସବୁକରୁ ବନ୍ଧୁତା, ବନ୍ଧୁତାରୁ ପ୍ରେମ ଆଉ ପରେ ବିବାହ । କିନ୍ତୁ ସମ୍ପର୍କ ଗଢାହେବାର ମାତ୍ର ୧୫ ଦିନ ପରେ ଆତ୍ମହତ୍ୟା କରିଦେଲେ ସ୍ୱାମୀ । ଏହାର କାରଣ ଜାଣିଲେ ଆପଣଙ୍କର ବି ହୋସ ଉଡିଯିବ । ବାହାଘରର ୧୫ ଦିନ ପରେ କାହାକୁ କିଛି ନ କହି ଘରୁ ଚାଲିଯାଇଥିଲେ ମହିଳା । ଯାହାକୁ ସହି ନପାରି ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ଫେସବୁକ ଜରିଆରେ କେରଳର ଜଣେ ମହିଳାଙ୍କୁ ପ୍ରେମ କରି ବସିଥିଲେ ବାନ୍ଦା ଜିଲ୍ଲାର ଯୁବକ । ପରେ ଉଭୟ ବିବାହ କରି ଏକାଠି ରହିବାକୁ ମଧ୍ୟ ମନସ୍ଥ କରିଥିଲେ । କିନ୍ତୁ ବିବାହର ମାତ୍ର ୧୫ ଦିନ ପରେ ମହିଳା କାହାକୁ କିଛି ନ କହି ହଠାତ କୁଆଡେ ଗାଏବ ହୋଇଯାଇଥିଲେ । ତେବେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବାରେ ବ୍ୟସ୍ତ ଥିବା ବେଳେ ଏପଟେ ଯୁବକ ଜଣକ ଏକ କାଣ୍ଡ ଘଟାଇ ଦେଇଛନ୍ତି । ନିଜ ଘରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ଏହି ଯୁବକ ଜଣକ ।

ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ମହିଳା ଗରୁ ଛାଡିଯିବା ପରେ ଯୁବକ ଜଣକ ଆହତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହାପରେ ପୋଲିସ ବିଭିନ୍ନ ଦିଗରୁ ମାମଲାର ତଦନ୍ତ କରିବା ସହ ମହିଳାଙ୍କୁ ଖୋଜିବାରେ ଲାଗିପଡିଛି ।

Get real time updates directly on you device, subscribe now.