fbpx

୧୭ ବର୍ଷର ଛାତ୍ର ସହ ଛୁ’ ମାରିଲେ ଶିକ୍ଷୟିତ୍ରୀ, ଟ୍ୟୁସନ୍ ବାହାନାରେ ଚାଲିଥିଲା ଲୁଚା-ଛପା ପ୍ରେମ

ପାନୀପତ: ଆଧୁନିକ ଯୁଗରେ ଗୁରୁ-ଶିଷ୍ୟଙ୍କ ପବିତ୍ର ସମ୍ପର୍କ କଳୁଷିତ ହେବାରେ ଲାଗିଛି । ସେହିପରି ଏକ ଘଟଣା ହରିୟାଣାର ପାନିପତ ସହରରୁ ଆସିଛି , ଯେଉଁଠି ଜଣେ ସ୍କୁଲ ଶିକ୍ଷୟତ୍ରୀ ନିଜର ୧୭ ବର୍ଷର ଛାତ୍ରଙ୍କୁ ପ୍ରେମ ଜାଲରେ ଫସାଇ ଫେରାର ହୋଇଛନ୍ତି । ଏହି ଘଟଣାକୁ ନେଇ ଛାତ୍ରଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ପାନୀପତର ଦେଶରାଜ କଲୋନୀରେ ଏକ ଘରୋଇ ସ୍କୁଲରେ ପଢାଉଥିବା ଜଣେ ଶିକ୍ଷୟିତ୍ରୀ ନିଜ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇ ବାପଘରେ ରହୁଥିଲେ । ଛାତ୍ରଙ୍କ ପିତା ଜିଲ୍ଲା ପୋଲିୁସ ନିକଟରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ସବୁଦିନ ପରି ୨୯ ତାରିଖ ଦ୍ୱିପହର ୨ଟାରେ ମହିଳା ଶିକ୍ଷୟିତ୍ରୀଙ୍କ ପାଖକୁ ଟ୍ୟୁସନ ପଢିବାକୁ ଯାଇଥିଲା । କିନ୍ତୁ ଟ୍ୟୁସନ ସରିବା ପରେ ବି ପୁଅ ଘରକୁ ଫେରିନଥିଲା । ଶିକ୍ଷୟିତ୍ରୀଙ୍କ ପରିବାର ଲୋକେ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ କିଛି କହିନଥିଲେ, କିନ୍ତୁ ପରେ ତାଙ୍କ ପିତା ଝିଅ ନିଖୋଜ ହୋଇଥିବା ସୂଚନା ଦେଇଥିଲେ ।

ଅଭିଯୁକ୍ତ ମହିଳା ଶିକ୍ଷୟିତ୍ରୀଙ୍କ ଉପରେ ଅପହରଣର ମାମଲା ରୁଜୁ କରିଛି ପୋଲିସ । ଉଭୟ ଶିକ୍ଷୟିତ୍ରୀ ଓ ଛାତ୍ରଙ୍କୁ ଖୋଜିବାରେ ପୋଲିସ ଲାଗିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମେସାନଙ୍କର କୌଣସି ପତ୍ତା ମିଳିପାରି ନାହିଁ । ନିଖୋଜ ହେବା ପରେ ଦୁହିଁଙ୍କ ମୋବାଇଲ ମଧ୍ୟ ବନ୍ଦ ଆସୁଛି । ଅଭିଯୋଗକାରୀ ଛାତ୍ରଙ୍କ ପିତା କହିଛନ୍ତି ଯେ, ତାଙ୍କ ପୁଅ ଏକାଦଶରେ ପଢୁଥିବା ବେଳେ ଅଭିଯୁକ୍ତ ମହିଳା ଜଣକ ହେଉଛନ୍ତି ତାଙ୍କ କ୍ଲାସ୍ ଶିକ୍ଷୟିତ୍ରୀ ।

ଖବର ଆସିଛି କି, ନାବାଳିକ ଛାତ୍ର ଜଣକ ଗତ ୨ ବର୍ଷ ହେବ ଶିକ୍ଷୟିତ୍ରୀଙ୍କ ଠାରୁ ଟ୍ୟୁସନ ପଢୁଥିଲା । ଲକଡାଉନ ସମୟରେ ସ୍କୁଲ ବନ୍ଦ ହେବାରୁ ଛାତ୍ରଟି ପ୍ରତିଦିନ ୪-୪ ଘଣ୍ଟା ଟ୍ୟୁସନ ପଢିବାକୁ ଶିକ୍ଷୟିତ୍ରୀଙ୍କ ଘରକୁ ଯାଉଥିଲା । ଅଚାନକ୍ ଦୁହେଁ ୨୯ ମେ’କୁ ନିଖୋଜ ହୋଇଥିଲେ । କିନ୍ତୁ ଦୁହେଁ ଘରୁ କିଛି ବି ମୂଲ୍ୟବାନ୍ ସାମଗ୍ରୀ ନେଇ ନଥିବା ଜଣାପଡିଛି । ପୋଲିସ ଘଟଣାକୁ ନେଇ ଛାନଭିନ୍ ଜାରି ରଖିଛି ।

Get real time updates directly on you device, subscribe now.