fbpx

DJ Azex ମୃତ୍ୟୁ ରହସ୍ୟ: ୧୦ ଲକ୍ଷର ଟ୍ରାଞ୍ଜାକସନ କିଏ ଓ କାହିଁକି କରିଥିଲା, ଆସିଲା ପୋଷ୍ଟ ମର୍ଟମ ରିପୋର୍ଟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୮ ତାରିଖ ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରର ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁ ଘଟିଥିଲା । ଅକ୍ଷୟ କବାଟ ବନ୍ଦ କରି ଘର ଭିତରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା । ପରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଡିଜେଙ୍କ ମୃତ୍ୟକୁ ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା ।

ତେବେ ପରବର୍ତ୍ତୀ ସମୟରେ ଏହି ମୃତ୍ୟୁ ପଛରେ ଏକ ତ୍ରିକୋଣୀୟ ପ୍ରେମ କାହାଣୀ ରହିଥିବା ନେଇ ଗୁମର ଖୋଲିଥିଲା । ଅକ୍ଷୟ ତାଙ୍କର ପ୍ରେମିକାଙ୍କ ପାଇଁ ମାନସିକ ଅବସାଦର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହୋଇଥିଲା । ପ୍ରେମିକା ଅନ୍ୟ ଜଣେ ଯୁବକଙ୍କ ସହ ଅଧିକ ମିଳାମିଶା କରିବାରୁ ଅକ୍ଷୟ ଏହାକୁ ସହ୍ୟ କରିପାରି ନଥିଲେ । ଏପରିକି ଏହି ରିଲେସନସିପ ପଛରେ ଅନେକ ଡାର୍କ ସିକ୍ରେଟ ରହିଥିବା ଜଣାପଡ଼ିଥିଲା । ଏହା ଆତ୍ମହତ୍ୟା ନୁହେଁ ବରଂ ଏକ ହତ୍ୟାକାଣ୍ଡ ବୋଲି ଅକ୍ଷୟଙ୍କ ପରିବାରବର୍ଗ ଅଭିଯୋଗ କରିଥିଲେ ।

ତେବେ ଏହା ମଧ୍ୟରେ ଆଜି ଅକ୍ଷୟଙ୍କ ଶବ ବ୍ୟବେଚ୍ଛଦ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ କାରଣରୁ ଅକ୍ଷୟଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି । ଏଥିସହିତ ତାଙ୍କର ବେକରେ ଏକ ଦାଗ ଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଗତ ମାସ ୨୮ ତାରିଖରେ ପ୍ରେମିକାଙ୍କ ଜନ୍ମଦିନରେ ଏକ ଭିଡିଓ ସୁଟ୍ ହୋଇଥିବା ଜଣାପଡ଼ିଛି । ଉକ୍ତ ଭିଡିଓ ପାଇଁ ଅକ୍ଷୟଙ୍କୁ ତାଙ୍କର ପ୍ରେମିକା ବ୍ଲାକମେଲ କରୁଥିବା ଜଣାପଡ଼ିଛି । ଅକ୍ଷୟ ପ୍ରେମିକାଙ୍କୁ ୧୫ ହଜାର ଟଙ୍କା ପଠାଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ଏଥିସହିତ ଅକ୍ଷୟଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କାର ନେଣଦେଣ କରାଯାଇଥିବା କୁହାଯାଉଛି । ଏନେଇ କମିଶନରେଟ ପୋଲିସ ବ୍ୟାଙ୍କ ସହ ସମ୍ପର୍କ କରିଛି । ଆଗକୁ ଏହି ଘଟଣାର ସବୁ ଗୁମର ସାମ୍ନାକୁ ଆସିପାରେ ।

Get real time updates directly on you device, subscribe now.