fbpx

ବରଯାତ୍ରୀରେ ନାଚୁଥିଲେ ଯୁବକ, ଉଡ଼ିଗଲା ପ୍ରାଣବାୟୁ, ଡାକ୍ତର କହିଲେ ମୃତ୍ୟୁର କାରଣ: ପଢ଼ନ୍ତୁ ପୂରା ଖବର

ଏମିତିବି ଆସେ ମୃତ୍ୟୁ… ଡିଜେ ଶବ୍ଦରେ ଚାଲିଗଲା ଯୁବକଙ୍କ ଜୀବନ… ବରଯାତ୍ରୀ ଡିଜେ ସହ ନାଚୁଥିବା ସମୟରେ ଚାଲିଗଲା ଯୁବକଙ୍କ ଜୀବନ । ମଧ୍ୟପ୍ରଦେଶ ଉଜ୍ଜୟିନୀରେ ଦେଖିବାକୁ ମଳିଛି ଏହି ଅଭାବନୀୟ ଘଟଣା । ଡାକ୍ତରଙ୍କ କହିବା ଅନୂଯାୟୀ ଲାଉଡ ମ୍ୟୁଜିକ୍ ଯୋଗୁଁ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା ।

ସୂଚନା ଅନୂଯାୟୀ, ଉଜ୍ଜୟିନୀ ଆମ୍ବୋଡିଆ ଡ୍ୟାମ୍ ନିବାସୀ ୧୮ ବର୍ଷିୟ ଲାଲ ସିଂହ ନିଜ ବନ୍ଧୁ ବିଜୟଙ୍କ ବିବାହରେ ଯୋଗଦେବାକୁ ତାଜପୁର ଯାଇଥିଲେ । ବିଜୟଙ୍କ ବରଯାତ୍ରୀ ଗାଁରୁ ବାହାରିଥିଲା, ଡିଜେ ସହ ବରଯାତ୍ରୀ ଆଗକୁ ବଢ଼ିଥିଲେ, ଲାଲ ସିଂହ ମଧ୍ୟ ଡିଜେ ସହ ନାଚି ନାଚି ଯାଉଥିଲେ । ଏହା ସହ ସେ ମୋବାଇଲରେ ଭିଡିଓ ମଧ୍ୟ କରୁଥିଲେ । ଆଉ ହଠାତ୍ ଡାନ୍ସ କରୁଥିବା ସମୟରେ ଲାଲସିଂହ ବୋହୋସ ହୋଇ ପଡ଼ିଯାଇଥିଲେ । ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ବି ସେ ଉଠିନଥିଲେ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, ସେଠାରୁ ତାଙ୍କୁ ଉଜ୍ଜୟିନୀ ରେଫର କରାଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଡାକ୍ତରଙ୍କ କହିବା ଅନୂଯାୟୀ ଡିଜେ କିମ୍ବା ଅନ୍ୟ କୌଣସି ବଡ଼ ସାଉଣ୍ଡ ସିଷ୍ଟମରୁ ଯେତେବେଳେ ପ୍ରଚଣ୍ଡ ଶବ୍ଦ ହୋଇଥାଏ ସେତେବେଳେ ଶରୀରରେ ଅସ୍ୱାଭାବିକ ଗତିବିଧି ହୋଇଥାଏ । ନିର୍ଦ୍ଧାରିତ ସୀମାରୁ ଅଧିକ ଡେସିବେଲର ସାଉଣ୍ଡ ମଣିଷ ଶରୀର ପାଇଁ ହାନିକାରକ ହୋଇଥାଏ । ଏହାର ପ୍ରଭାବ ହାର୍ଟ ଏବଂ ମସ୍ତିଷ୍କ ଉପରେ ପଡ଼ିଥାଏ ।

Get real time updates directly on you device, subscribe now.