fbpx

କ୍ରୀଡ଼ା ଜଗତରେ ଦୁଃଖର ଲହରୀ: ପରଲୋକରେ DLS ପଦ୍ଧତିର ସହ-ଉଦ୍ଭାବକ ଫ୍ରାଙ୍କ ଡକୱର୍ଥ

Advertisement

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ ୨୦୨୪ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଇଭେଣ୍ଟର ସମସ୍ତ ମ୍ୟାଚ ସରିଥିବା ବେଳେ କେବଳ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ବାକି ରହିଛି । ତେବେ ବିଶ୍ୱକପ ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଦୁଃଖଦ ଖବର । ଡକୱର୍ଥ-ଲେୱିସ-ଷ୍ଟର୍ଣ୍ଣ (ଡିଏଲଏସ) ପଦ୍ଧତିର ସହ-ଉଦ୍ଭାବକ ଫ୍ରାଙ୍କ ଡକୱର୍ଥ ଆଉ ନାହାନ୍ତି । ୮୪ ବର୍ଷ ବୟସରେ ଏହି ମହାନ୍ ଇଂରେଜ ପରିସଂଖ୍ୟାନବିତ୍ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଫ୍ରାଙ୍କଙ୍କ ପରଲୋକରେ ବିଶ୍ୱର ବିଭିନ୍ନ ଦେଶର ବହୁ ବରିଷ୍ଠ କ୍ରୀଡ଼ାବିତ ଶୋକବ୍ୟକ୍ତ କରିଛନ୍ତି ।

୧୯୯୭ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଡିଏଲଏସ ପଦ୍ଧତି ଲାଗୁ ହୋଇଥିଲା । ଫ୍ରାଙ୍କ ଓ ଟୋନି ଲେୱିସ ଏହି ପଦ୍ଧତିକୁ ବାହାର କରିଥିଲେ । ବର୍ଷା ପ୍ରଭାବିତ ମ୍ୟାଚରେ ଅଧିକାଂଶ ସମୟରେ ଡିଏଲଏସର ବ୍ୟବହାର କରାଯାଇଥାଏ । ୨୦୦୧ ମସିହା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏହାକୁ ଗ୍ରହଣ କରିଥିଲା । ଡକୱର୍ଥ ଓ ଲେୱିସଙ୍କ ଅବସର ପରେ ଏହାକୁ ଡକୱର୍ଥ-ଲେୱିସ-ଷ୍ଟର୍ଣ୍ଣ ପଦ୍ଧତି ନାମରେ ପୁନଃନାମକରଣ କରାଯାଇଥିଲା ଓ ଅଷ୍ଟ୍ରେଲୀୟ ପରିସଂଖ୍ୟାନବିତ୍ ଷ୍ଟିଭେନ୍ ଷ୍ଟର୍ଣ୍ଣଙ୍କ ଦ୍ୱାରା ଏହି ସିଷ୍ଟମକୁ ସଂଶୋଧନ କରାଯାଇଥିଲା । ୨୦୧୦ ମସିହା ଜୁନରେ ଡକୱର୍ଥ ଓ ଲେୱିସ ଉଭୟେ ଅର୍ଡର ଅଫ୍ ଦି ବ୍ରିଟିଶ ଏମ୍ପାୟାର (ଏମବିଇ) ଦ୍ୱାରା ପୁରସ୍କୃତ ହୋଇଥିଲେ ।

Get real time updates directly on you device, subscribe now.