fbpx

ମୁହଁ ଧୋଇବା ସମୟରେ କରନ୍ତୁ ନାହଁ ଏହି ଭୁଲ

ଚର୍ମ ତଥା ମୁହଁର ଚମକ ବଜାୟ ରଖିବା ପାଇଁ ଚେହେରାକୁ ସଫା କରିବା ଜରୁରୀ ହୋଇଥାଏ କିନ୍ତୁ ଏହାଠାରୁ ମଧ୍ୟ ଜରୁରୀ ହୋଇ ମୁହଁ ଠିକ୍ ଭାବରେ ଧୋଇବା । ଠିକ୍ ଭାବରେ ନଧୋଇବା ଦ୍ୱାରା ଚର୍ମ ଖରାପ ହେବା ସହ ସମୟ ପୂର୍ବରୁ ବୃଦ୍ଧ ହେବାପରି ନଜର ଆସିଥାଏ ।

ଆପଣାନ୍ତୁ ଏହି ଉପାୟ:

ଚେହେରା ଧୋଇବା ପାଇଁ ଅଧିକ ଗରମ ପାଣି କିମ୍ବା ଅଧିକ ଥଣ୍ଡା ପାଣି ହୋଇନଥିବା ଦରକାର । ମୁହଁ ଧୋଇବା ପାଇଁ ନଖ ଉଷୁମ ପାଣିର ବ୍ୟବହାର କରିପାରିବେ । ମୁହଁରେ ସ୍କ୍ରବିଙ୍ଗ କରୁଥିବା ବେଳେ କୋମଳତାର ସହ କରନ୍ତୁ । ମେକଅପ କାଢ଼ିବା ପୂର୍ବରୁ ପ୍ରଥମେ ତୁଳାରେ ସଫା କରନ୍ତୁ ଏହାପରେ ପାଣିରେ ମୁହଁ ଧୁଅନ୍ତୁ, ନହେଲେ ମେକଅପ ଚେହେରାର ଛିଦ୍ର ରହିଯାଇଥାଏ । ମୁହଁ ସଫା କରିବା ପୂର୍ବରୁ ହାତକୁ ଭଲ ଭାବରେ ଧୋଇନିଅନ୍ତୁ ।

ବାରମ୍ବାର ମୁହଁ ଧୋଇବା ଦ୍ୱାରା ଚେହେରାର ଚମକ କମ୍ ହୋଇଯାଏ । ମୁହଁ ଧୋଇବା ପରେ ହାଲୁକା ହାତରେ ପୋଛନ୍ତୁ । ମୁହଁ ଧୋଇବା ପାଇଁ ସାବୁନ ବଦଳରେ ଫେସ ୱାସର ବ୍ୟବହାର କରନ୍ତୁ । ସେହିଭଳି ଶୋଇବା ପୂର୍ବରୁ ନିଶ୍ଚୟ ମୁହଁ ଧୋଇନିଅନ୍ତୁ ଯାହଦ୍ୱାରା ଦିନସାରାର ମଇଳା ବାହାରିଯିବ ଚର୍ମରୁ ବାହାରିଯିବ ଯାହା ଚର୍ମରେ ଥିବା ଛିଦ୍ରକୁ ବନ୍ଦ କରିଦେଇଥାଏ ।

 

Get real time updates directly on you device, subscribe now.