ରୋଗକୁ କୁହନ୍ତୁ ଅଲବିଦା,ଆପଣାନ୍ତୁ ଏହି ଉପାୟ, ସବୁବେଳେ ରହିବେ ସୁସ୍ଥ..

ଖାଦ୍ୟ ହଜମ ହେବା ସହ ମିଳିବ ଅନେକ ଲାଭ..

ଓଡିଶା ଭାସ୍କର: ଖାଦ୍ୟ ସହଜରେ ହଜମ ନହେଲେ ଶରୀରରେ ଅନେକ ପ୍ରକାର ରୋଗ ଦେଖାଯାଏା ଆମେ ଖାଉଥିବା ଖାଦ୍ୟ ହଜମ ହେଲେ ଯାଇ ସେଥିରେ ଥିବା ପୋଷକତତ୍ତ୍ୱକୁ ଆମ ଶରୀର ଶୋଷି ଥାଏ ଓ ଏଥିରୁ ଆମକୁ ଶକ୍ତି ମିଳେ ଏଣୁ ବହୁତ ଲୋକ ଖାଦ୍ୟ ହଜମ ପାଇଁ ମେଡିସିନ ଖାଆନ୍ତି ଓ କେହି କେହି ଯୋଗ କରିଥାନ୍ତି ।

ମାତ୍ର କ’ଣ ଆପଣ ଜାଣନ୍ତି କି ଆର‌୍ୟୁବେଦରେ ଏହାର ଦେଶୀ ଉପାୟ ବିଷୟରେ ଲେଖାଯାଇଛିା ଯାହାକି ଅତ୍ୟନ୍ତ ସହଜ ଓ ସେସବୁ ଉପାୟ ଆପଣେଇଲେ ଆମ ଶରୀରକୁ ଆମେ ସୁସ୍ଥ ରଖିପାରିବ।। ଆସନ୍ତୁ ଜାଣିବା ସେ ୩ଟି ଉପାୟ ବିଷୟରେ…

ହାତ ଧୋଇବା: ଖାଇବା ଆଗରୁ ହାତ ଧୋଇବା ପାଇଁ ଆମକୁ ଛୋଟବେଳୁ କୁହାଯାଇଥାଏ । ବୈଜ୍ଞନିକ ଦୃଷ୍ଟି କୋଣରୁ ଦେଖିଲେ ଖାଇବା ଆଗରୁ ହାତ ଧୋଇଲେ ହାତରେ ଥିବା ସବୁ ବ୍ୟାକ୍ଟେରିଆ ମରିଯାଆନ୍ତିା ଆର‌୍ୟୁବେଦରେ ଏନେଇ କୁହାଯାଇଛି କି ଖାଇବା ଆଗରୁ ହାତ ଧୋଇଲେ ଏହାର ପ୍ରଭାବ ସିଧାସଳଖ ଆମ ପେଟ ଉପରେ ପଡିଥାଏ ଯାହାକି ହଜମ ପ୍ରକ୍ରିୟାକୁ ଆହୁରି ସହଜ କରିଦିଏା

ତଳେ ବସି ଖାଆନ୍ତୁ: ଆଗରୁ ଲୋକେ ଆସନ ପକାଇ ତଳେ ବସି ଖାଉଥିଲେ ମାତ୍ର ଏବେ ଲୋକ ଡାଇନିଙ୍ଗ ଟେବୁଲରେ ବସି ଖାଇବା ଖାଉଛନ୍ତିା ଆର‌୍ୟୁବେଦ ଅନୁସାରେ ଆସନ ପକାଇ ତା ଉପରେ ଚକମାଲି କରି ବସି ଖାଇବା ଉଚିତ୍‌ା ଏହାଦ୍ୱାରା ଶରୀରରେ ରକ୍ତ ପ୍ରବାହ ଉପରକୁ ହୋଇଥାଏା ଫଳରେ ଖାଦ୍ୟ ଶୀଘ୍ର ହଜମ ହୁଏା

ପ୍ରାର୍ଥନା କରନ୍ତୁ:ମୁନିରୁଷିମାନେ ଖାଇବାବ ଆଗରୁ ଭଗବାନଙ୍କୁ ପ୍ରାର୍ଥନା କରି ଖାଉଥିଲୋ ଆଉ ଏହାର ସଂଯୋଗ ସିଧାସଳଖ ଆର‌୍ୟୁବେଦରେ ରହିଛିା ଖାଇବା ଆଗରୁ ପ୍ରର୍ଥନା କରିବା ଦ୍ୱାରା ମନରୁ ସବୁ ନକାରାତ୍ମକ ଚିନ୍ତା ଦୁର ହୋଇ ମନରେ ସକାରାତ୍ମକ ଭାବନା ସୃଷ୍ଟି ହୁଏ ଫଳରେ ଖାଦ୍ୟ ଭଲଭାବେ ହଜମ ହୋଇଥାଏା