fbpx

ନବରାତ୍ରୀରେ ପାନ ପତ୍ରରେ କରନ୍ତୁ ଏହି ୫ଟି ଚମତ୍କାରୀ ଉପାୟ, ଚାକିରି ମିଳିବା ସହ ଶୀଘ୍ର ହେବ ବିବାହ

ଓଡ଼ିଶା ଭାସ୍କର: ଶାରଦୀୟ ଦୁର୍ଗାପୂଜା ହିନ୍ଦୁ ଧର୍ମରେ ବିଶେଷ ପର୍ବ ମଧ୍ୟରେ ଅନ୍ୟତମ। ଶାସ୍ତ୍ର ଅନୁଯାୟୀ, ନବରାତ୍ରୀରେ କିଛି ଉପାୟକୁ ଶୁଭ ବୋଲି କୁହାଯାଇଥାଏ। ଏହି ଉପାୟ କରିବା ଦ୍ୱାରା ମାଆ ଦୁର୍ଗାଙ୍କ ଆଶୀର୍ବାଦ ମିଳିଥାଏ। ଆସନ୍ତୁ ଜାଣିବା ପାନ ପତ୍ର ସହ ଜଡିତ ୫ଟି ଏପରି ଉପାୟ ବିଷୟରେ ଯାହାକୁ ଚମତ୍କାରୀତା ବୋଲି କୁହାଯାଏ।

ଦୂର ହେବ ଆର୍ଥିକ ସମସ୍ୟା: ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ନବରାତ୍ରୀ ସମୟରେ ପତ୍ର ଉପରେ ଗୋଲାପର ୧୧ ପାଖୁଡା ରଖି ମାଆ ଦୁର୍ଗାଙ୍କ ଚରଣରେ ଚଢାଇଲେ, ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ପାଇବେ ସଫଳତା: ଜୀବନରେ ଯଦି ଆପଣ ସଫଳ ପାଇବାକୁ ଚାହୁଁଛନ୍ତି, ତେବେ ପାନ ପତ୍ର ସହ ଜଡିତ ଏହି ଉପାୟକୁ ଅବଶ୍ୟ କରନ୍‌ତୁ। ଏପରି ମାନ୍ୟତା ରହିଛି ଯେ, ନବରାତ୍ରୀ ସମୟରେ ପାନ ପତ୍ରର ଦୁଇ ପାର୍ଶ୍ୱରେ ସୋରିଷ ତେଲ ଲଗାଇ ମାଆ ଦୁର୍ଗାଙ୍କୁ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିକୁ ସଫଳତା ମିଳିଥାଏ। ପାନ ପତ୍ରରେ ସୋରିଷ ତେଲ ଲଗାଇ ଦେବୀ ମାଆଙ୍କ ପାଦରେ ଚଢାଇ ଦିଅନ୍ତୁ। ପୁଣି ଶୋଇବା ସମୟରେ ପାନ ପତ୍ରକୁ ନିଜ ପାଖରେ ରଖନ୍ତୁ।

ଋଣରୁ ମୁକ୍ତି ପାଆନ୍ତୁ: ଯଦି ଆପଣ ଋଣ ପାଇଁ ଚିନ୍ତାରେ ଅଛନ୍ତି, ତେବେ ଆପଣଙ୍କୁ ଏହି ଉପାୟ ଅବଶ୍ୟ କରିବା ଦରକାର। ନବରାତ୍ରୀର ନଅ ଦିନ ପାନ ପତ୍ର ଉପରେ ହିଁ ଲେଖି ମାଆଙ୍କ ଚରଣରେ ଚଢାନ୍ତୁ। ପୁଣି ନବରାତ୍ରୀର ଶେଷ ଦିନ ଯଦି ନବମୀରେ ସମସ୍ତ ପାନ ପତ୍ରକୁ ନିଜ ଟ୍ରେଜରୀ ଭିତରେ ରଖନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ କରିଥିବା ଋଣରୁ ମୁକ୍ତି ପାଇପାରିବେ।

ଚାକିରି ପାଇବା ପାଇଁ: ଯଦି ଆପଣ ଚାକିରି ଖୋଜୁଛନ୍ତି, କିମ୍ବା ସମସ୍ୟାକୁ ସାମ୍ନା କରୁଛନ୍ତି ତେବେ ଏହି ଉପାୟ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ନବରାତ୍ରୀର ସବୁଦିନ ପାନ ପତ୍ରର ବୋଡା ସଂଧ୍ୟା ସମୟରେ ମାଆଙ୍କୁ ଚଢାନ୍ତୁ। ଏପରି କରିବା ଦ୍ୱାରା ଶିଘ୍ର ଚାଜିରି ମିଳିପାରିବ।

ବିବାହ: ଯଦି ଆପଣ ବୈବାହିକ ଜୀବନରେ ଦୁଃଖି ଅଛନ୍ତି, ତେବେ ନବରାତ୍ରୀ ସମୟରେ ମଙ୍ଗଳବାର ବା ଶନିବାର ଦିନ ପାନ ପତ୍ର ଉପରେ ଶ୍ରୀରାମ ଲେଖି ହନୁମାନଙ୍କ ହାତରେ ଚଢାନ୍ତୁ।

Get real time updates directly on you device, subscribe now.