fbpx

Truecallerରୁ ନିଜ ନାଁ ଓ ନମ୍ବର ହଟାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଡିଟେଲ୍ସ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ଲୋକମାନେ ନିଜକୁ କୌଣସି ପ୍ରକାର ସ୍କାମରୁ ରକ୍ଷା କରିବା ପାଇଁ Truecaller ଆପ୍ ବ୍ୟବହାର କରୁଛନ୍ତି । Truecaller ଆପ୍ ବ୍ୟବହାର ଦ୍ୱାରା ଅଜ୍ଞାନ ବ୍ୟକ୍ତିର Caller ID/ କଲ୍ ଡିଟେଲ୍ସ ଦେଖିପାରିଥାଉ । କୌଣସି ସ୍କାମ୍ କଲ୍ ହୋଇଥିଲେ ଟ୍ରାକ୍ କରିବା ସହଜ ହୋଇଥାଏ । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଆମେTruecaller ଆପ୍ ବ୍ୟବହାର ନ କରୁଥିଲେ ମଧ୍ୟ ଆମ ନାଁ ଓ ନମ୍ବର Truecallerର ଡାଟାବେସରେ ଉପଲବ୍ଧ ହୋଇଥାଏ । ଏଭଳି ସ୍ଥିତିରେ ଅନ୍ୟ ଲୋକମାନେ ଆମକୁ ସହଜରେ ଟ୍ରାକ୍ କରିପାରିଥାନ୍ତି । ପରବର୍ତ୍ତୀ ସମୟରେ ଆମେ ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲେ ଏହା ସମ୍ଭବ ହୋଇନଥାଏ । ତେଣୁ ନିଜ ପ୍ରାଇଭେସିକୁ ବଜାୟ ରଖିବା ପାଇଁ Truecaller ଆକାଉଣ୍ଟରୁ ନିଜ ନାଁ ଓ ନମ୍ବର ଡିଲିଟ୍ କରିବା ପାଇଁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିପାରିବା ।

Truecaller ଆକାଉଣ୍ଟରୁ ନାଁ କିପରି ହଟାଇବା ?

– ପ୍ରଥମେ Truecaller ଆପ୍ ଖୋଲନ୍ତୁ ।
– ଏଥିରେ ଡାହାଣ ଉପର କୋଣରେ ଥିବା ଆଇକନ୍ ଉପରେ କ୍ଲିକ୍ କରନ୍ତୁ ।
– ତା’ ପରେ ସେଟିଂକୁ ଯାଇ about ବିକଳ୍ପ ଚୟନ କରନ୍ତୁ ।
– ଏଥିରେ ଡିଆକ୍ଟିଭେଟ୍ ଆକାଣ୍ଟ ଉପରେ କ୍ଲିକ୍ କରନ୍ତୁ ।
– ଏହା ପରେ ଏକ ପପ୍ ଅପ୍ ବକ୍ସ ଆସିବ ଯେଉଁଥିରେ ‘ଖାତା ନିଷ୍କ୍ରିୟ କରିବା ପାଁଇ ଆପଣ ପ୍ରୋଫାଇଲ ଡାଟା ହଟାଇ ଦେବେ/ ଆପଣ ଜାରି ରଖିବାକୁ ଚାହୁଁଛନ୍ତି’ ବିକଳ୍ପ ଦେଖାଇବ ।
– ‘Yes’ ବିକଳ୍ପ ଚୟନ କରନ୍ତୁ । ଏହା ପରେ ଟ୍ରୁକଲର ଆପରୁ ଲଗ୍ ଆଉଟ୍ କରି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କର ଟ୍ରୁକଲର ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଇଛି ।

Truecaller ଆକାଉଣ୍ଟରୁ ନମ୍ବର କିପରି ହଟାଇବେ ?

ଯଦି ଆପଣ Truecaller ଆପରେ ସର୍ଚ୍ଚର ଅଂଶ ବିଶେଷ ହେବାକୁ ଚାହୁଁନାହାଁନ୍ତି ତେବେ ପ୍ରଥମେ ନିଜ ଆକାଉଣ୍ଟ ଡିଆକ୍ଟିଭେଟ୍ କରିବା ପରେ ନିଜକୁ ଅନଲିଷ୍ଟ କରିବାକୁ ପଡ଼ିବ । ଅଫିସିଆଲ ୱେବସାଇଟ୍ ଅନୁଯାୟୀ ନିମ୍ନ ଲିଖିତ ପଦକ୍ଷେପ ଦ୍ୱାରା ନିଜ ଫୋନ୍ ନମ୍ବର Truecallerରୁ ଅନଲିଷ୍ଟ କରିପାରିବା ।

– ପ୍ରଥମେ ଟ୍ରୁକଲରର ଅଫିସିଆଲ ୱେବସାଇଟ୍ truecaller.comକୁ ଯାଆନ୍ତୁ ।
– ଏହା ପରେ ଟ୍ରୁକଲରର unlist  phone number ପେଜକୁ ଯାଆନ୍ତୁ ।
– ବର୍ତ୍ତମାନ ଦେଶ କୋଡ୍ ସହ ନିଜ ଫୋନ୍ ନମ୍ବର ଲେଖନ୍ତୁ ଯେପରି (+୯୧୦୦୦୦୦୦୦୦୦୦)
– ଏବେ ‘I am not a robot’ ଭେରିଫାଇ କରବା ପରେ ଅନଲିଷ୍ଟ କାରଣ ମଧ୍ୟରୁ ଗୋଟିଏ ବିକଳ୍ପ ଚୟନ କରିପାରିବେ ।
– ଏହା ପରେ captcha ଭେରିଫାଇ କରି ଅନଲିଷ୍ଟ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
– ୨୪ ଘଣ୍ଟା ପରେ ଆପଣଙ୍କ ଫୋନ୍ ନମ୍ବର ଅନଲିଷ୍ଟ ହୋଇଯିବ ।

 

Get real time updates directly on you device, subscribe now.