fbpx

ଡାକ୍ତର ହୋଇଗଲେ ଆଶ୍ଚର୍ଯ୍ୟ: ଜଣେ ବ୍ୟକ୍ତିଙ୍କ ପେଟ ଭିତରୁ ବାହାରିଲା ୩୦ ସେମି ଲମ୍ବା ବିଶିଷ୍ଟ ଏକ ଜୀବନ୍ତ ଜୀବ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକଙ୍କ ପେଟ ଭିତରେ ବଡ଼ ଆକାରର ଟ୍ୟୁମର ବୃଦ୍ଧି ପାଇଥାଏ । ଏପରି ସ୍ଥିତିରେ ଡାକ୍ତରମାନେ ସର୍ଜରୀ କରି ଉକ୍ତ ଟ୍ୟୁମରୁ ବାହାର କରିଥାନ୍ତି । ତେବେ ପେଟ ଭିତରେ ଏକ ଜୀଅନ୍ତା ଜୀବ ରହିଥିବା କଥା କେବେ ଶୁଣିଛନ୍ତି କି ? ନିକଟରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଭିଏତନାମରେ । ଜଣେ ଯୁବକଙ୍କର ପେଟ ଭୟଙ୍କର ଭାବେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଏହାପରେ ଯାଞ୍ଚ ରିପୋର୍ଟ ଦେଖିବା ପରେ ଡାକ୍ତରମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ପ୍ରକୃତ କଥା ହେଉଛି, ଉକ୍ତ ଯୁବକଙ୍କ ପେଟ ଭିତରେ ଏକ ଜୀବନ୍ତ ଜୀବ ରହିଥିବା ଡାକ୍ତରମାନେ ଜାଣିପାରିଥିଲେ । ତେବେ ଉକ୍ତ ଜୀବଟିର ଲମ୍ବ ୩୦ ସେମି ହୋଇଥିବା ବେଳେ ଏତେବଡ଼ ଜୀବ ପେଟ ଭିତରକୁ କେମିତି ଗଲା ସେନେଇ ଡାକ୍ତରମାନେ ଚିନ୍ତାରେ ପଡ଼ିଯାଇଥିଲେ । ଯୁବକଙ୍କ ବୟସ ୩୪ ବର୍ଷ ହୋଇଥିବା ବେଳେ ସେ ଗତ ୨୦ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଯୁବକଙ୍କର ଅଲଟ୍ରା ସାଉଣ୍ଡ କରିବା ପରେ ଡାକ୍ତରମାନେ ଚକିତ ହୋଇଯାଇଥିଲେ । ଯୁବକଙ୍କର ପେଟ ଭିତରେ ଏକ ଜୀବନ୍ତ ଜୀବ ଫସି ରହିଥିବା ଡାକ୍ତରମାନେ ଜାଣିପାରିଥିଲେ ।

ଏହାପରେ ଯୁବକଙ୍କର ସର୍ଜରୀ କରାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ଅନେକ ଦିନ ପର୍ଯ୍ୟନ୍ତ ପେଟ ଭିତରେ ରହିବା ପରେ ବି ଉକ୍ତ ଜୀବଟିର ମୃତ୍ୟୁ ଘଟିନଥିଲା । ଜୀବଟି ପେଟ ଭିତରେ ଏପଟସେପଟ ହେବା ଫଳରେ ଯୁବକଙ୍କୁ ପ୍ରବଳ ଯନ୍ତ୍ରଣା ହେଉଥିଲା । ଉକ୍ତ ଜୀବଟି ଯୁବକଙ୍କର ଅନ୍ତକୁ କଣା କରିଦେବା କାରଣରୁ ତାଙ୍କର ଇଣ୍ଟରନାଲ ବ୍ଲିଡିଂ ହେଉଥିଲା । ଆଉ ୧-୨ ଦିନ ଅପେକ୍ଷା କରିଥିଲେ ଯୁବକଙ୍କର ଜୀବନ ଚାଲିଯାଇଥାନ୍ତା ବୋଲି ଡାକ୍ତରମାନେ କହିଥିଲେ । ଏବେ ଯୁବକଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.