ଡାକ୍ତରଙ୍କୁ ମିଳିବ ଭୋଜନ ଭତ୍ତା

ଭୁବନେଶ୍ୱର, ୧୩ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ନେଇ ବର୍ତ୍ତମାନ ଡାକ୍ତରମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ କୋଭିଡ଼ କେୟାର ସେଣ୍ଟରରେ କାର୍ଯ୍ୟରତ ଡାକ୍ତରଙ୍କୁ ଭୋଜନ ଭତ୍ତା ମିଳିବ । ପାରାମେଡ଼ିକାଲ କର୍ମଚାରୀଙ୍କୁ ବି ଦୈନିକ ୨୪୦ଟଙ୍କାର ଭତ୍ତା ମିଳିବ । କେବଳ ସରକାରୀ କୋଭିଡ଼ କେୟାର ସଂସ୍ଥା ପାଇଁ ଭତ୍ତା ଲାଗୁ କରାଯିବ । କୋଭିଡ଼ ହସ୍ପିଟାଲ ଓ କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ବି ଏହି ନିୟମ ଲାଗୁ ହେବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ଭରଣା କରାଯିବ । ଅର୍ଥ ଆକାରରେ ନୁହେଁ ଖାଦ୍ୟ ରୂପରେ ଏହି ଭତ୍ତା ଯୋଗାଇ ଦିଆଯିବ । ଉନ୍ନତ ମାନର ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବାକୁ ସବୁ ଜିଲ୍ଲାକୁ ଚିଠି ଲେଖାଯିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।