ଚିକିତ୍ସାଳୟରେ ଚରମ ଅବହେଳା, ଜ୍ବରରେ ଆକ୍ରାନ୍ତ ଶିଶୁକୁ ଦେଲେ କୁକୁର କାମୁଡ଼ା ଇଞ୍ଜେକସନ

ବଣାଇ:  ଚିକିତ୍ସାଳୟରେ ଚରମ ଅବହେଳା । ଜ୍ବରରେ ଆକ୍ରାନ୍ତ ଶିଶୁକୁ ଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡାକ୍ତରଖାନାରୁ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ, ଜଣେ ୪ ବର୍ଷର ଶିଶୁକୁ ଜ୍ବର ହେବାରୁ ଡାକ୍ତରଖାନା ଆଣିଥିଲେ ପରିବାର । ପ୍ରେସକ୍ରିପ୍ସନରେ ଡାକ୍ତର ଜ୍ବର ବଦଳରେ କୁକୁର କାମୁଡା ଇଞ୍ଜେକ୍ସନ ଲେଖିଥିଲେ । ମେଡିସିନ୍ ଆଣିବାକୁ ଗଲା ବେଳେ ପ୍ରେସକ୍ରିପ୍ସନ ଦେଖି କୁକୁର କାମୁଡିଛି କି ବୋଲି ପଚାରିଥିଲେ ଦୋକାନୀ । ଶିଶୁଙ୍କ ସମ୍ପର୍କୀୟ ମନା କରିଥିଲେ ବି କୁକୁର କାମୁଡା ଇଞ୍ଜେକ୍ସନ ଦେଇଥିଲେ ।

ପରେ ଡାକ୍ତରଙ୍କୁ ପଚାରିବାରୁ ଡାକ୍ତର ଜଣକ ପ୍ରେସକ୍ରିପ୍ସନକୁ ଚିରି ଦେଇଥିଲେ ବୋଲି କହିଛନ୍ତି ଶିଶୁଙ୍କ ସମ୍ପର୍କୀୟ ।