fbpx

ଆଣ୍ଟିଜେନ୍ ଟେଷ୍ଟଠୁ ଅଧିକ ପରିଣାମ ଦେଉଛି କୁକୁର

ସଂକ୍ରମିତଙ୍କ ଚିହ୍ନଟ ପାଇଁ ବିମାନ ବନ୍ଦରରେ ମୁତୟନ

ନୂଆଦିଲ୍ଲୀ: କରୋନା ଯାଂଚ ପାଇଁ ଲୋକଙ୍କୁ ଆଣ୍ଟିଜେନ୍ କିମ୍ବା ଆରଟି ପିସିଆର ଟେଷ୍ଟ କରିବାକୁ ପଡିଥାଏ । କିନ୍ତୁ କୁକୁର ମଷିଷଙ୍କ ଦେହରେ କରୋନା ଭାଇରସ୍ ଅଛି କି ନାହିଁ ତାର ଯାଂଚ କରୁଛନ୍ତି । ଏହି କଥା ଆପଣଙ୍କୁ ଅଡୁଆ ଲାଗୁଥିଲେ ମଧ୍ୟ ସତ । ଫ୍ରାନ୍ସିସ୍ ବୈଜ୍ଞାନିକ ନିଜ ଗବେଷଣାରେ ଜାଣିବାକୁ ପାଇଛନ୍ତି ଯେ, ଘ୍ରାଣ ଶକ୍ତି ଯୋଗୁଁ କୁକୁର ମଣିଷଙ୍କ ଶରୀରରେ ପ୍ରବାହିତ ଝାଳର ବାସ୍ନାକୁ ସୁଙ୍ଘି କରୋନା ସଂକ୍ରମଣର ସଠିକ୍ ସନ୍ଧାନ କରି ପାରୁଛନ୍ତି । କେବଳ ଏତିକି ନୁହେଁ କୁକୁର କୋଭିଡ୍ ସ୍କ୍ରିନିଙ୍ଗର କାମ କେଇ ମିନିଟରେ କରୁଥିବା ବେଳେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ସଂକ୍ରମଣର ଯାଂଚ ପାଇଁ ଅତି କମରେ ୧୫ ମିନିଟ୍ ସମୟ ଲାଗୁଛି ।

ପ୍ୟାରିସର ନ୍ୟାସନାଲ ଭେଟନାରୀ ସ୍କୁଲ ଅଫ୍ ଏଲଫୋର୍ଡର ଗବେଷକ ନିଜ ଅଧ୍ୟୟନରେ ଜାଣିବାକୁ ପାଇଛନ୍ତି ଯେ, କୁକୁର ନିଜର ଘ୍ରାଣ ଶକ୍ତି ବଳରେ ମଣିଷଙ୍କଠାରେ କରୋନା ଭାଇରସ୍ ଅଛି ନା ନାହିଁ ତାର ୯୭ ପ୍ରତିଶତ ପର୍ଯ୍ୟନ୍ତ ସଠିକ୍ ଅନୁମାନ ଲଗାଇ ପାରୁଛନ୍ତି । ଗବେଷକ ଡୋମିନିକ୍ ଗ୍ରାଣ୍ଡଜିନ କହିଛନ୍ତ. ମଣିଷଙ୍କ ଶରୀର କରୋନା ସଂକ୍ରମଣ ବିରୋଧରେ ଯେଉଁ ପ୍ରତିକ୍ରିୟା ଦେଇଥାଏ, ତାହା ତାର ଝାଳରେ ମଧ୍ୟ ଦେଖିବାକୁ ମିଳିଥାଏ । ଏହାକୁ ଶୁୂଙ୍ଘି କୁକୁର କରୋନା ସଂକ୍ରମିତ ଲୋକଙ୍କ ଚିହ୍ନଟ କରିପାରେ ।

ଗ୍ରାଣ୍ଡଜିନ କହିଛନ୍ତି, ଏ ପର୍ଯ୍ୟନ୍ତ କୁକୁରଙ୍କୁ କୌଣସି ବିସ୍ଫୋରକ କିମ୍ବା ଡ୍ରଗ୍ସର ସନ୍ଧାନ କାମରେ ପ୍ରଶିକ୍ଷଣ ଦିଆଯାଉଛି । କିନ୍ତୁ କରୋନାକାଳରେ ପ୍ରଥମ ଥର କୁକୁରଙ୍କୁ ଘ୍ରାଣ ଶକ୍ତି କାରଣରୁ କରୋନା ଭାଇରସର ଚିହ୍ନଟ କାମରେ ନିୟୋଜିତ କରାଯାଉଛି । ଏହା ମଧ୍ୟ ଅଧ୍ୟୟନ କରାଯାଉଛି ଯେ, କଣ କୁକୁର ଟିକା ଲଗାଇଥିବା ବ୍ୟକ୍ତି ଏବଂ ସଂକ୍ରମିତ ଲୋକଙ୍କ ମଧ୍ୟରେ ପ୍ରଭେଦ ଜାଣି ପାରୁଛି । ଯଦି ଏହା ସମ୍ଭବ ହୁଏ ତେବେ ପ୍ରଶିକ୍ଷଣପ୍ରାପ୍ତ କୁକୁରଙ୍କ ଚାହିଦା ବଢିଯିବ ।

୩୦୦ କରୋନା ଯାଂଚ କରି ପାରିବ କୁକୁର

ଗୋଟିଏ ସନ୍ଧାନୀ କୁକୁର ଗୋଟିଏ ଦିନରେ ୩୦୦ ମଣିଷଙ୍କ କୋଭିଡ୍ ସ୍କ୍ରିନିଂ କରି ପାରିବ । ଏଥିପାଇଁ ବ୍ୟକ୍ତିଙ୍କ ସିଧାସଳଖ ସଂପର୍କରେ ଆସିବାର ଆବଶ୍ୟକତା ନାହିଁ । ଫିନଲାଣ୍ଡର ହେଲସିଙ୍କି-ବାନ୍ତା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ସଂକ୍ରମିତ ଯାତ୍ରୀଙ୍କ ସନ୍ଧାନ ପାଇଁ ସନ୍ଧାନୀ କୁକୁରଙ୍କୁ ମୁତୟନ କରାଯାଇଛି । ଅନେକ ଦେଶରେ ମଧ୍ୟ ସନ୍ଧାନୀ କୁକୁରଙ୍କୁ କରୋନା ସଂକ୍ରମିତ ସଂପର୍କିତ ବାସ୍ନା ବିଷୟରେ ପ୍ରଶିକ୍ଷିତ କରାଯାଉଛି ।

Get real time updates directly on you device, subscribe now.