fbpx

ଦୋହା ଡାଏମଣ୍ଡ ଲିଗ୍ ୨୦୨୪: ରୌପ୍ୟ ପଦକ ଜିିତିଲେ ନୀରଜ ଚୋପ୍ରା, ୯ମ ସ୍ଥାନରେ କିଶୋର କୁମାର

ଦୋହା: ଅଲିମ୍ପିକ୍ସ ଏବଂ ବିଶ୍ୱ ବିଜେତା ଭାରତୀୟ ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରା ଦୋହା ଡାଏମଣ୍ଡ ଲିଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜେତା ତଥା ଓଡ଼ିଶାର ଉଦୀୟମାନ ଜାଭେଲିନ୍ ଥ୍ରୋଅର କିଶୋର କୁମାର ଜେନାଙ୍କ ଡାଏମଣ୍ଡ ଲିଗରେ ପଦାର୍ପଣ ଫିକା ପଡ଼ିଛି ।

କାତାର ସ୍ପୋର୍ଟ୍ସ କ୍ଲବରେ ଆୟୋଜିତ ଦୋହା ଡାଏମଣ୍ଡ ଲିଗ୍ ୨୦୨୪ରେ ନୀରଜ ଷଷ୍ଠ ରାଉଣ୍ଡରେ ୮୮.୩୬ ମିଟର ଦୂରତାକୁ ଜାଭେଲିନ୍ ଥ୍ରୋ କରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ସେହିପରି କିଶୋର ୭୬.୩୧ ଜାଭେଲିନ୍ ଥ୍ରୋ କରି ୯ମ ସ୍ଥାନ ହାସଲ କରିଥିଲେ । ପ୍ରଥମ ଓଡ଼ିଆ ଭାବେ କିଶୋର ଏହି ଗୌରବ ହାସଲ କରିଛନ୍ତି । ତେବେ ନୀରଜ ୨୦୨୩ ଡାଏମଣ୍ଡ ଲିଗରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ । ପ୍ୟାରିସ୍ ଓଲିମ୍ପିକ୍ସ ପୂର୍ବରୁ ନୀରଜ ଓ କିଶୋର ଦୋହା ଡାଏମଣ୍ଡ ଲିଗରେ ଭଲ ପ୍ରଦର୍ଶନର ଲକ୍ଷ ନେଇ ଖେଳିଥିଲେ । ପ୍ରଥମ ରାଉଣ୍ଡରେ ନୀରଜ ଫାଉଲର ଶିକାର ହୋଇଥିବା ବେଳେ ୭୫.୭୨ ମିଟର ଦୂରତାକୁ ଜାଭେଲିନ୍ ଥ୍ରୋ କରିଥିଲେ କିଶୋର । ଦ୍ୱିତୀୟ ରାଉଣ୍ଡରେ ନୀରଜ ୭୪.୯୩, ୩ୟ ରାଉଣ୍ଡରେ ୭୬.୨୪, ୪ର୍ଥ ରାଉଣ୍ଡରେ ୮୬.୧୮ ମିଟର ଦୂରତାକୁ ଜାଭେଲିନ୍ ଥ୍ରୋ କରିଥିଲେ । ନୀରଜଙ୍କ ୫ମ ରାଉଣ୍ଡ ଫାଉଲ ହୋଇଥିବା ବେଳେ ଷଷ୍ଠ ରାଉଣ୍ଡରେ ୮୮.୩୬ ମିଟର ଦୂରତାକୁ ଥ୍ରୋ କରି ୨ୟ ସ୍ଥାନ ହାସଲ କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ବିଶ୍ୱ ପଦକ ବିଜେତା ଚେକ୍ ଗଣରାଜ୍ୟର ଜାକବ୍ ୱାଡଲେଚ୍(୮୬.୩୮)ଙ୍କ ଠାରୁ ମାତ୍ର ୨ ସେଣ୍ଟିମିଟର ପଛରେ ରହିଥିଲେ ।

Get real time updates directly on you device, subscribe now.