ପାର୍ଟନରଙ୍କ ସହି ଶେୟାର କରନ୍ତୁନି ଏହି ସବୁ ସିକ୍ରେଟ୍: ନଚେତ୍ ହୋଇଯିବ ବ୍ରେକ୍ ଅପ୍

୧.କ’ଣ ଆପଣ ସବୁକିଛି ଆପଣଙ୍କ ଜୀବନ ସାଥୀଙ୍କ ସହ ସେୟାର କରୁଛନ୍ତି କି’ ?

ଆମେ ଏମିତି ଏକ ସାଥିଟିଏ ଖୋଜୁ ଯାହା ସହ ଆମେ ଆମର ସବୁ କଥା ସେୟାର କରିପାରିବା । କିନ୍ତୁ କେତକ କ୍ଷେତ୍ରରେ ଆମକୁ କିଛି କଥା ସିକ୍ରେଟ୍ ରଖିବାକୁ ପଡେ । ଏହା ଦ୍ୱାରା ଦୈନନ୍ଦିନ ସୁଖସମ୍ପର୍କରେ କୌଣସି ଅସୁବିଧା ହୋଇନଥାଏ । ତେବେ ଆସନ୍ତୁ ଜାଣି ରଖିବା ଏହି କଥା ଗୁଡିକ ବିଷୟରେ..

୨.ତାଙ୍କ ପରିବାର କିମ୍ବା ମା’ଙ୍କୁ ଭଲ ପାଉନଥିଲେ

ଆମେ ସମସ୍ତେ ନିଜ ପରିବାରକୁ ନେଇ ଆତ୍ୟନ୍ତ ଯତ୍ନବାନ ଥାଉ । ତେଣୁ କେହି ବି ଆମ ପରିବାରକୁ ନେଇ କିଛି ବି କହିଲେ ତାହା ଆମକୁ ଭଲ ଲାଗିନଥାଏ । ଯଦିବା ଆପଣଙ୍କୁ ତାଙ୍କ ପରିବାରର କିଛି ଜିନିଷ ଭଲ ଲାଗୁନାହିଁ , ତେବେ ତାହାକୁ ନିଜେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସବୁବେଳେ ତାଙ୍କ ଆଗରେ ଅଭିଯୋଗ କରନ୍ତୁ ନାହିଁ । ଏହା ଆପଣଙ୍କ ସମ୍ପର୍କରେ ଭଟ୍ଟା ସୃଷ୍ଟି କରିପାରେ ।

୩. ସାଙ୍ଗଙ୍କ ସହ ଅନ୍ତରଙ୍ଗ କଥା

ଯଦି ଆପଣ କେହି ଜଣେ ସାଙ୍ଗଙ୍କ ସହ କଥା ହେଉ ହେଉ ଯଦି ସେ ବା ଆପଣ କିଛି ଅନ୍ତରଙ୍ଗ କଥା ସେୟାର କରୁଥାନ୍ତି ତେବେ ତାହାକୁ ନେଇ ନିଜ ଜୀବନ ସାଥିଙ୍କ ସହ କିଛିବି ସେୟାର କରନ୍ତୁ ନାହିଁ । ଏହା ଦୁହିଁଙ୍କ ଭିତରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିବ ।

୪.ଜୀବନସାଥିଙ୍କ ଆର୍ଥିକସ୍ଥିତି

ସବୁବେଳେ ନିଜ ଜୀବନ ସାଥିଙ୍କର ଏକ ପରଫେକ୍ଟ ଲାଇଫ୍ ପାର୍ଟନର ହେବାକୁ ଚେଷ୍ଟା କରନ୍ତୁ । ତାଙ୍କ ସୁବିଧା ଅସୁବିଧାକୁ ବୁଝି ସେଥିରେ ଭାଗିଦାର ହେବାକୁ ଚେଷ୍ଟା କରନ୍ତୁ । ଅଯଥା ଟଙ୍କା ବ୍ୟୟକରି କିମ୍ବା ତାଙ୍କ ଆର୍ଥିକସ୍ଥିତି କଥା ତାଙ୍କୁ ସବୁବେଳେ କହି ତାଙ୍କ ଉପରେ ଚାପ ପକାଇବା ଉଚିତ ନୁହେଁ । ଏହା ଦ୍ୱାରା ସେ ଅବସାଦରେ ରହିବା ସହ ତାଙ୍କ ମନରେ କ୍ରୋଧ ଜାତ ହୋଇଥାଏ । ଏହା ତାଙ୍କୁ ନିମ୍ନଗାମୀ ମଧ୍ୟ କରାଇଥାଏ ।

୫.ଜୀବନସାଥିଙ୍କ ପୂର୍ବ ପ୍ରେମିକ/ପ୍ରେମିକା-

ବାରମ୍ବାର ପୂର୍ବ ପ୍ରେମିକ/ପ୍ରେମିକାଙ୍କ କଥା ଆପଣ ଆପଣଙ୍କ ଜୀବନ ସାଥିଙ୍କୁ କୁହନ୍ତୁ ନାହିଁ । ଏହା ସମ୍ପର୍କରେ ଅସନ୍ତୋଷର କାରଣ ସାଜିଥାଏ । ସେ ଆଜି ଯଦି ଆପଣଙ୍କୁ ପୂର୍ବ କଥା ଭୁଲି ଆପଣାଇ ପାରୁଛନ୍ତି ଓ ବହୁତ ଭଲ ମଧ୍ୟ ପାଉଛନ୍ତି । ତେବେ ଆପଣ ତାଙ୍କ ପୂର୍ବ ପ୍ରେମିକ/ପ୍ରେମିକାଙ୍କ କଥା ଉଠାଇବା ଅର୍ଥ ଜାଣି ଜାଣି କଳହକୁ ଡାକିବା । ତେଣୁ ପୂର୍ବ କଥା ଭୁଲି ସୁଖଶାନ୍ତିରେ ସଂସାର କରନ୍ତୁ ।