Long Distant Relationshipରେ ପାର୍ଟନରଙ୍କୁ କରନ୍ତୁ ନାହିଁ ଦୁଃଖି, ସମ୍ପର୍କକୁ ଦୃଢ଼ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ୍…

ଆଜିକାଲି Long Distant Relationshipର ପ୍ରଚଳନ ଅଧିକ । ତେଣୁ ଏହା ଯୁବପୀଢ଼ୀଙ୍କ ପ୍ରଥମ ପସନ୍ଦ ପାଲଟିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି Long Distant Relationship ଶୁଣିବାକୁ ସହଜ ଲାଗୁଥିଲେ ହେଁ ଦୀର୍ଘ ସମୟ ଧରି ସମ୍ପର୍କକୁ ବଜାୟ ରଖିବା ଅନେକଙ୍କ କ୍ଷେତ୍ରରେ କଷ୍ଟକର ହୋଇଥାଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁକିଛି ଠିକ୍ଠାକ୍ ଚାଲିଥାଏ କିନ୍ତୁ ପରବର୍ତ୍ତୀ ସମୟରେ ଧିରେ ଧିରେ ସମ୍ପର୍କରେ ଦୂରତା ପରିଲିଖିତ ହୋଇଥାଏ । ଏଥିପାଇଁ ଅନେକ କାରଣ ରହିଛି । କ୍ୟାରିୟର ଏବଂ Long Distant Relationship ମଧ୍ୟରେ ସନ୍ତୁଳନ ବଜାୟ ରଖିବା Coupleମାନଙ୍କ ପାଇଁ କୌଣସି ପରୀକ୍ଷା ଠାରୁ କମ୍ ନୁହେଁ । କୌଣସି ସମ୍ପର୍କରେ ବିଶ୍ୱାସ ରହିବା ନିହାତି ଆବଶ୍ୟକ ନଚେତ ସମ୍ପର୍କରେ ଫାଟ ସୃଷ୍ଟି ହେବାକୁ ବିଳମ୍ବ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ଖକ୍ଟଦ୍ଭଶ ଊସଗ୍ଦଗ୍ଧବଦ୍ଭଗ୍ଧ ଜରକ୍ଷବଗ୍ଧସକ୍ଟଦ୍ଭଗ୍ଦଷସକ୍ଟ୍ରରେ କେଉଁ ସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ ।
୧. କଣ୍ଟାକ୍ଟରେ ରୁହନ୍ତ: Long Distant Relationshipରେ ନିରନ୍ତର ଯୋଗାଯୋଗରେ ରହିବା ଜରୁରୀ ଅଟେ । ନିଜ ସମ୍ପର୍କକୁ ଦୃଢ଼ କରିବା ପାଇଁ ପାର୍ଟନରକୁ ଫୋନ୍, ମେସେଜ୍ ବା ଭିଡ଼ିଓ କଲିଂ କରନ୍ତୁ । ପାର୍ଟନରଙ୍କ ହାଲଚାଲ୍ ବିଷୟରେ ପଚାରନ୍ତୁ, ବିଭିନ୍ନ ଉପାୟ ମାଧ୍ୟମରେ ପାର୍ଟନରଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରନ୍ତୁ । ଏହା ପାର୍ଟନରଙ୍କ ପ୍ରତି ଆପଣଙ୍କ ଭଲପାଇବାକୁ ଦର୍ଶାଇଥାଏ ।
୨. ଝଗଡ଼ା କରନ୍ତୁ ନାହିଁ: ଛୋଟ ଛୋଟ ଝଗଡ଼ା ସମ୍ପର୍କରେ ମଧୁରତା ବୃଦ୍ଧି କରିଥାଏ । କିନ୍ତୁ ଅଧିକାଂଶ ସମୟରେ କେତେଜଣ ଝଗଡ଼ାକୁ ବଡ଼ କରି ସ୍ଥିତିକୁ ଅନିୟନ୍ତ୍ରିତ କରିଥାନ୍ତି । ଫଳରେ ପାର୍ଟନର ଜଣଙ୍କ ଚିଡ଼ଚିଡ଼ା ହେବା ସହ ରାଗି ସ୍ୱଭାବର ହୋଇଯାନ୍ତି । ପାର୍ଟର ଠାରୁ ଦୂରରେ ରହିବା, ସମୟର ଅଭାବ ଇତ୍ୟାଦି କାରଣରୁ ଏଭଳି ଲକ୍ଷଣ ଦେଖାଦେଇଥାଏ । ତେବେ ପାର୍ଟନରଙ୍କ ସହ ଆପଣଙ୍କର ଝଗଡ଼ା ହୋଇଥିଲେ ତୁରନ୍ତ ସମାଧାନ କରିଦିଅନ୍ତୁ । ବେଳେ ବେଳେ ଛୋଟ ଛୋଟ କଥାକୁ ଇଗନୋର କରିବା ଶିଖନ୍ତୁ ।
୩. ବିଶ୍ୱାସ: କୌଣସି ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବା ପାଇଁ ପରସ୍ପର ପ୍ରତି ବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ ଅଟେ । ସନ୍ଦେହ silent killer ଭାବେ ସମ୍ପର୍କକୁ ନଷ୍ଟ କରିଥାଏ । ତେଣୁ ପାର୍ଟନରଙ୍କ ଉପରେ ଅଯଥା ସନ୍ଦେହ କରିବା ଠାରୁ ଦୂରେଇ ରୁହନ୍ତୁ । ଯଦି ମନରେ କିଛି କଥା ଅଛି ତେବେ ପାର୍ଟନରଙ୍କ ସହ ଖୋଲାଖୋଲି କଥାବାର୍ତ୍ତା କରନ୍ତୁ ।
୪. ପ୍ରାଇଭେସିର ଧ୍ୟାନ ଦିଅନ୍ତୁ: ପ୍ରତ୍ୟେକ ସମ୍ପର୍କରେ ପର୍ସନାଲ ସ୍ପେସ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଦ୍ୱାରା ଜଣେ ବ୍ୟକ୍ତି ନିଜ ସହ କିଛି ସମୟ ବିତାଇଥାଏ ଓ କମଫର୍ଟେବଲ ଅନୁଭବ କରିଥାଏ । ସମ୍ପର୍କରେ ଅଧିକ ହସ୍ତକ୍ଷେତ କାହାକୁ ପସନ୍ଦ ନଥାଏ ।
୫. ପାର୍ଟନରଙ୍କୁ ସମୟ ଦିଅନ୍ତୁ: ଆପଣ Long Distant Relationshipରେ ରହୁଥିଲେ ପରସ୍ପରକୁ ସମୟ ଦେବା ପାଇଁ ଚେଷ୍ଟା କରନ୍ତୁ । ପାର୍ଟନରଙ୍କ ସହ ଦେଖା ହେବା ପାଇଁ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ । ଦେଖା ସାକ୍ଷାତ ହେଲେ ପରସ୍ପର ପ୍ରତି ଥିବା ଭଲପାଇବା ବୃଦ୍ଧି ହେବା ସହ ମନମାଳିନ୍ୟ, ରାଗ ରୁଷା ଦୂର ହେବା ସହ ସମ୍ପର୍କରେ ବୋଝ ଅନୁଭବ ହୋଇନଥାଏ ।