ଆସନ୍ତା କାଲି ରାଜ୍ୟରେ ପହଞ୍ଚିବ ଡବଲ ଡେକର ବସ, ଏମାନଙ୍କ ପାଇଁ ହେବ ବ୍ୟବହାର

କାଲି ଆସି ପହଞ୍ଚିବ ଏହି ବହୁ ପ୍ରତୀକ୍ଷିତ ବସ । ବର୍ତ୍ତମାନ ପାଇଁ ୪ଟି ବସ ରାଜ୍ୟରେ ଗଡିବ

ଭୁବନେଶ୍ୱର– କାଲି ରାଜଧାନୀରେ ଗଡିବ ଡବଲ ଡେକର ବସ । କାଲି ଆସି ପହଞ୍ଚିବ ଏହି ବହୁ ପ୍ରତୀକ୍ଷିତ ବସ । ବର୍ତ୍ତମାନ ପାଇଁ ୪ଟି ବସ ରାଜ୍ୟରେ ଗଡିବା ନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ରାଜ୍ୟକୁ ଆସୁଥିବା ଡବଲ ଡେକର ବସ ଭିତରୁ ପ୍ରାରମ୍ଭରେ ଦୁଇଟି ଆସିବା । ତା ପରେ ଆଉ ଦୁଇଟି ଆସିବ । ଏହି ବସ ଏବେ ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

ଆଜି ମନ୍ତ୍ରୀ କହିଛନ୍ତି କି, ୨ଟି ଡବଲ ଡେକର ବସ ଆସନ୍ତା କାଲି ରାଜ୍ୟରେ ପହଞ୍ଚିବ । ତାହାକୁ ପ୍ରବାସୀଙ୍କ ଯାତାୟାତ ପାଇଁ ବର୍ତ୍ତମାନ ବ୍ୟବହାର କରାଯିବ । ପ୍ରବାସୀ ଭାରତୀୟ ଦିବସ ପରେ ଏହି ବସଗୁଡିକୁ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଉତ୍ସର୍ଗ କରାଯିବ ।

ଆମ ଦେଶରେ ଯେଉଁ ଏନଆରଆଇମାନେ ବାହାରେ ରୁହନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବର୍ଷ ଡାକିଥାନ୍ତି ।  ଏଥର ପ୍ରବାସୀ ଦିବସ ଭୁବନେଶ୍ବରରେ ଆୟୋଜିତ ହେବ । ନୂଆ ବର୍ଷ ନୂଆ ଉଦ୍ଦିପନା ଦେବ । ପ୍ରବାସୀ ଭାରତୀୟଙ୍କୁ ଅତିଥି ଦେବ ଭବେ ଭାବେ ସ୍ବାଗତ କରିବେ ଓଡିଶାବାସୀ । ଏହା ଦ୍ବାରା ପର୍ୟ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟିବା ନେଇ ଆଶା କରାଯାଉଛି ।