fbpx

ଫୋନରେ ଏହି ୩ଟି ଆପ୍ ଆପଣଙ୍କୁ ରଖିବ ସୁରକ୍ଷିତ

Advertisement

ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ ଯୁଗ । ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ । କୋ÷ଣସି ଅସୁବିଧା ସମୟରେ ଫୋନର ଗୁରୁତ୍ୱ ବଢ଼ିଯାଏ । ତେଣୁ ଆମକୁ ଫୋନରେ ଏମିତି କିଛି ଆପ୍ ଡାଉନଲୋଡ଼ କରିବାକୁ ପଡ଼ିଥାଏ ଯାହା ଅସୁବିଧା ବିଷୟରେ ତୁରନ୍ତ ସୂଚାଇଥାଏ । ବିଶେଷ କରି ମହିଳାମାନଙ୍କୁ ଏହି ସବୁ ଆପ୍ ମୋବାଇଲରେ ଡାଉନଲୋଡ଼ କରିବା କଥା । ତେବେ ଆସନ୍ତୁ ଜାଣିବା ଏହି ସବୁ ଆପ୍ ବିଷୟରେ:

-bSafe: ଏହି ଆପ୍ iOS ଏବଂ Android ଡିଭାଇସରେ ଡାଉନଲୋଡ କରିପାରିବେ । ଏହି ଆପର ୟୁଜର ଇଣ୍ଟରଫେସ୍ ବହୁତ ସହଜ । ଭଏସ୍ କମାଣ୍ଡ ସପୋର୍ଟ ଏବଂ SOS ବଟନର ବ୍ୟବସ୍ଥା ରହିଛି । ଏହି SOS ବଟନ ଉପରେ କ୍ଲିକ୍ କରିଲେ ମୋବାଇଲରେ ଥିବା ଡିଫଲ୍ଟ ସିଷ୍ଟମ ଅନୁଯାୟୀ ଏସ୍ଏମ୍ଏସ୍ ମାଧ୍ୟମରେ ଲାଇଭ୍ ଲୋକେସନ ବିଷୟରେ ସୂଚନା ମିଳିଥାଏ । କେବଳ ଏତିକି ନୁହେଁ ଫୋନର କ୍ୟାମେରା, ଅଡିଓ ଏବଂ ଭିଡ଼ିଓ ରେକର୍ଡ଼ିଂ ଆପେ ଆପେ ଆରମ୍ଭ ହୋଇଥାଏ । ଏହା ଦ୍ୱାରା ଆପଣଙ୍କ ପରିବାର, ସାଙ୍ଗସାଥି ଓ ବନ୍ଧୁବାନ୍ଧବ ଆପଣଙ୍କ ବିଷୟରେ ସୂଚନା ପାଇପାରିବେ ।

– Walk Safe: ଏହି ଆପ୍ iOS ଏବଂ Android ଡିଭାଇସରେ ଡାଉନଲୋଡ କରିପାରିବେ । ଏହି ଆପ୍ ଲୋକେସନକୁ ଟ୍ରାକ୍ କରିଥାଏ ଏବଂ ଆପଣଙ୍କୁ ଆଲର୍ଟ ରଖିଥାଏ । ଏହି ଆପ୍ ଆପଣଙ୍କୁ ଉଚ୍ଚ ଅପରାଧିକ ଅଞ୍ଚଳରେ ପ୍ରବେଶ ବିଷୟରେ ସତର୍କ କରାଇଥାଏ । ଏଥିରେ ଥିବା SOS ବଟନ ଉପରେ ଗୋଟିଏ କ୍ଲିକ୍ ଦ୍ୱାରା ଆପଣଙ୍କ କଣ୍ଟାକ୍ଟକୁ ମେସେଜ ପହଂଚିଥାଏ ।

-Red Panic Button: ଏହି ଆପର ଇଣ୍ଟରଫେସରେ ପ୍ୟାନିକ୍ ବଟନ୍ ରହିଛି । ଏଥିରେ କ୍ଲିକ୍ କରିବା ମାତ୍ରେ ଏସ୍ଏମ୍ଏସ୍ ଏବଂ ଇମେଲ ମାଧ୍ୟମରେ ଆପଣଙ୍କ କଣ୍ଟାକ୍ଟକୁ ମେସେଜ ପହଂଚିଥାଏ । ଏହି ଆପକୁ ‘ଏକ୍ସ’(ପୂର୍ବରୁ ଟ୍ୱିଟର) ସହ ଲିଙ୍କ କରାଯାଇପାରିବ । ଏହି ଆପ୍ iOS ଏବଂ Android ଡିଭାଇସରେ ଡାଉନଲୋଡ କରିପାରିବେ ।

Get real time updates directly on you device, subscribe now.