fbpx

[Video]ତପସ୍ୱିନୀଙ୍କ ସହ କଳହରେ ସୁମିତଙ୍କୁ ବଡ଼ ଝଟକା! ବନ୍ଦ ହେଲା ଡାକ୍ତର ବାବୁଙ୍କ ଦରମା, ଗଞ୍ଜାମ CDMOଙ୍କ ସୂଚନା

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ୍ ଓ ତପସ୍ୱିନଙ୍କ ପାରିବାରିକ କଳହକୁ ନେଇ ଆସିଛି ବଡ଼ ଖବର । ସୁମିତଙ୍କୁ ଲାଗିଛି ବଡ଼ ଝଟକା । ୧୦ ଦିନ ପରଠାରୁ ସୁମିତଙ୍କ ଦରମା ବନ୍ଦ ହେବ । ସୁମିତଙ୍କ ଦରମା ବନ୍ଦ ହେବା ନେଇ ଗଞ୍ଜାମ ସିଡିଏମଓ ସୂଚନା ଦେଇଛନ୍ତି ।

ତେବେ ସୁମିତ ଓ ତପସ୍ୱିତୀଙ୍କ ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ତପସ୍ୱିତୀ ନିଜ ସ୍ୱାମୀଙ୍କୁ ପାଇବା ପାଇଁ ଲଢ଼େଇ କରୁଥିବା ବେଳେ ଅନ୍ୟପଟେ ତାଙ୍କ ସ୍ୱାମୀ ଗତକିଛି ଦିନ ହେବ ନିଖୋଜ ଥିବା କହିଥିଲେ । ନିଖୋଜ ହେବା ମାମଲାକୁ ନେଇ ଡାକ୍ତର ସୁମିତ୍ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି । ଅଡିଓ ରିଲିଜ୍ ଜରିଆରେ ଜବାବ ରଖିଛନ୍ତି ତପସ୍ୱିନୀଙ୍କ ସ୍ୱାମୀ ସୁମିତ ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ‘ଶାରୀରିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଅସୁସ୍ଥ ଅଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ଛୁଟିରେ ରହିଛି । ମୁଁ ଫେରାର୍ କି କିଡନାପ୍ ହୋଇନାହିଁ । ଅସୁସ୍ଥ ଥିଲେ ବି ଭଡ଼ାଘର ଖୋଜୁଛି । ମୋ ବିରୁଦ୍ଧରେ ଏଭଳି ଅପପ୍ରଚାର କରାନଯାଉ । ତପସ୍ୱିନୀଙ୍କ ଉପସ୍ଥିତିରେ ବିଶ୍ରାମ ନେବା ଅସମ୍ଭବ ମନେକଲି ।’

ଏହା ପରେ ସେ ପୁଣି କହିଛନ୍ତି କି, ‘ଏକାଠି ୭ ଦିନ ରହିବା ପରେ ବି ଆଉ ସମ୍ପର୍କ କିଛି ଆଗକୁ ବଢ଼ିନି । ତପସ୍ୱିନୀଙ୍କ ପାଇଁ ଯାହା ଅସୁବିଧା ସାମ୍ନା କଲି କୋର୍ଟଙ୍କୁ ଜଣାଇଛି । ମୋ ଜୀବନକୁ ବରବାଦ୍ କରିଦେଲେ ତପସ୍ୱନୀ । ମୋ ଉପରେ ମିଛ ଅଭିଯୋଗ ଆଣି ସିମ୍ପାଥି ସାଉଁଟୁଛନ୍ତି ତପସ୍ୱିନୀ । ତପସ୍ୱିନୀଙ୍କୁ ଅନୁରୋଧ କରୁଛି କି ମୋ ପରିବାରକୁ ବଦନାମ୍ କରନ୍ତୁ ନାହିଁ ।’

Get real time updates directly on you device, subscribe now.