ଏକ ସଦ୍ୟ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ସୋଡା, ଏନର୍ଜି ଡ୍ରିଙ୍କସ୍ ଆପଣଙ୍କୁ ଡାଇବେଟିସ୍ ବା ମଧୁମେହର ଶିକାର କରିପାରେ। ଜୁସ୍ ପିଇବା ଦ୍ୱାରା ମଧ୍ୟ ଟାଇପ-୨ ଡାଇବେଟିସ୍ର ଆଶଙ୍କା ବୃଦ୍ଧି ପାଇପାରେ। ଏହି ଗବେଷଣା ବ୍ରିଘମ ୟଙ୍ଗ ୟୁନିଭର୍ସିଟି (BYU)ର ଗବେଷକଙ୍କ ଦ୍ୱାରା କରାଯାଇଛି। ଏଥିରେ ବିଭିନ୍ନ ମହାଦେଶର ୫ ଲକ୍ଷରୁ ଅଧିକ ଲୋକଙ୍କ ତଥ୍ୟ ବିଶ୍ଳେଷଣ କରାଯାଇଛି।
ଗବେଷଣାରୁ ଜଣାପଡ଼ିଛି ଯେ, ପ୍ରତିଦିନ ୩୫୦ମିଲି ସୋଡା କିମ୍ବା ଏନର୍ଜି ଡ୍ରିଙ୍କ ସେବନ ଟାଇପ-୨ ଡାଇବେଟିସ୍ ଆଶଙ୍କା ୨୫% ବୃଦ୍ଧି ପାଏ। ସେହି ସମୟରେ, ପ୍ରତିଦିନ ୨୫୦ ମିଲି ଜୁସ୍ ପିଇବା ଦ୍ୱାରା ଏହି ବିପଦ ୫ ପ୍ରତିଶତ ବୃଦ୍ଧି ପାଇପାରେ।
ଜୁସ୍ ଶରୀରରେ ସୁଗାର ଲେବଲକୁ ଦ୍ରୁତ ଗତିରେ ବୃଦ୍ଧି କରେ। ପ୍ରତିଦିନ ସେଗୁଡ଼ିକୁ ପିଇବା ଦ୍ୱାରା ଟାଇପ-୨ ଡାଇବେଟିସ୍ର ଆଶଙ୍କା ବୃଦ୍ଧି ପାଏ। ଗବେଷଣାରେ କୌଣସି ନିର୍ଦ୍ଦିଷ୍ଟ ଫଳର ନାମ ନିଆଯାଇନାହିଁ। କିନ୍ତୁ କୁହାଯାଇଛି ଯେ, ପ୍ରତିଦିନ ୨୫୦ ମିଲି ଯେକୌଣସି ପ୍ରକାରର ଫଳରସ ସେବନ ଆପଣଙ୍କୁ ଡାଇବେଟିସ୍ ଆଶଙ୍କା ଦେଇପାରେ। ଗବେଷଣାରେ କୌଣସି ନିର୍ଦ୍ଦିିଷ୍ଟ ଫଳ ଉଲ୍ଲେଖ କରାଯାଇନାହିଁ। ନିୟମିତ ଭାବରେ କୌଣସି ପ୍ରକାରର ଫଳରସ ସେବନ ଡାଇବେଟିସ୍ର ଆଶଙ୍କା ବୃଦ୍ଧି କରିପାରେ।
ଗବେଷଣାରୁ ଜଣାପଡ଼ିଛି ଯେ, ଫଳ ରସ ଅପେକ୍ଷା ସମ୍ପୂର୍ଣ୍ଣ ଫଳ ଖାଇବା ଅଧିକ ଲାଭଦାୟକ। ଏହା ମଧୁମେହର ଆଶଙ୍କା ବଢ଼ାଏ ନାହିଁ। ସମ୍ପୂର୍ଣ୍ଣ ଫଳ, ଶସ୍ୟ କିମ୍ବା କ୍ଷୀରଜାତ ଦ୍ରବ୍ୟରେ ଥିବା ଚିନି ବିପଦପୂର୍ଣ୍ଣ ନୁହେଁ। ସେହିପରି ଫାଇବର, ପ୍ରୋଟିନ ଏବଂ ଅନ୍ୟାନ୍ୟ ପୁଷ୍ଟିକର ପଦାର୍ଥ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ। କିନ୍ତୁ ଜୁସ୍, ଯେକୌଣସି ପ୍ରକାରର ଶକ୍ତି ପାନୀୟ ଆପଣଙ୍କୁ ସହଜରେ ଡାଇବେଟିସ୍ର ଶିକାର କରିପାରେ। ଏପରି ପରିସ୍ଥିତିରେ ଜୁସ୍ ପିଇବା ଉଚିତ୍ ନୁହେଁ।
ଏଥିରୁ ମୁକ୍ତି ପାଇବା ପାଇଁ..
.ପ୍ରତିଦିନ ଅତି କମ୍ରେ ଅଧଘଣ୍ଟା ବ୍ୟାୟାମ କରନ୍ତୁ
.ଆପଣଙ୍କ ଖାଦ୍ୟର ଯତ୍ନ ନିଅନ୍ତୁ
.କମ୍ ମିଠା ଜିନିଷ ଖାଆନ୍ତୁ
.ମାନସିକ ଚାପ ନିଅନ୍ତୁ ନାହିଁ