ମଦ ନିଶାଠୁ ବଳିଗଲା ଫିଲ୍ମ ନିଶା… ଦେଖନ୍ତୁ (Video) ଫିଲ୍ମକୁ ଦେହକୁ ନେଲେ କି ପ୍ରକାର ଘଟଣା ଘଟିପାରେ…
ଯୁବକଙ୍କୁ ନାଲି ପାଣି କଲା ପାଗଳ । କରି ବସିଲେ ଏତେ ବଡ଼ କାଣ୍ଡ ।
ଗାନ୍ଧୀନଗର: ଫିଲ୍ମ ଦେଖିବା ଅନେକଙ୍କ ପସନ୍ଦ । ଅନେକ ସମୟରେ ଫିଲ୍ମ ଦେଖି ଦର୍ଶକ ଅଜବ ଗଜବ କାଣ୍ଡ ଭିଆଇବାର ଦେଖାଯାଏ । ଫ୍ୟାନ୍ସ ନିଜ ପ୍ରିୟ ନାୟକ, ନାୟିକାଙ୍କ ଲୁକ୍, ଷ୍ଟାଇଲ ଫଲୋ କରୁଥିବା ଦେଖାଯାଏ । କିନ୍ତୁ ଗୁଜୁରାଟ ଭରୁଚରେ ଏମିତ ଏକ ଘଟଣା ଦେଖିବାକୁ ମିଳିଛି, ଯାହା ଆପଣଙ୍କୁ ଚିନ୍ତାରେ ପକାଇ ଦେବ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଅନୁସାରେ, ଭାରୁଚର ବ୍ଲୁଚିପ୍ ମଲ୍ଟିପ୍ଲେକ୍ସରେ ଘଟିଯାଇଛି ଏ ଅଜବ ଘଟଣା । ଫିଲ୍ମ ଛାଭା ଥିଏଟର ସ୍କ୍ରିନରେ ପ୍ଲେ ହେଉଥିବାବେଳେ ଜଣେ ଦର୍ଶକ ସ୍କ୍ରିନ୍ ଫାଡିଦେଇଥିବାର ଦେଖିବାକୁ ମିଳିଥିଲା ।
କାହା କଥା ଶୁଣିଲେନି: ରିପୋର୍ଟ ଅନୁସାରେ ଫିଲ୍ମ ଛାବାରେ ସମ୍ଭାଜୀ ମହାରାଜଙ୍କୁ ରକ୍ତାକ୍ତ ଅବସ୍ଥାରେ ବାନ୍ଧି ଦିଆଯାଇଥିଲା । ଯାହାକୁ ମଦ ନିଶାରେ ଚୁର୍ ଦର୍ଶକ ଦେଖିପାରିଲେ ନାହିଁ । ରାଗିଯାଇ ଶେଷରେ ପରଦା ଚିରିବା ଆରମ୍ଭ କରିଦେଲେ । ଫିଲ୍ମରେ ବିକି କୌଶଲ ସମ୍ଭାଜୀ ମହାରାଜଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ।
ହଲରେ ବସିଥିବା ଅନ୍ୟ ଦର୍ଶକ ବ୍ୟକ୍ତି ଜଣଙ୍କୁ ଏପରି କରିବାକୁ ମନା କରୁଥିଲେ, କିନ୍ତୁ ସେ କାହାରି କଥା ନ ଶୁଣି; ମଦ ନିଶାରେ ପରଦା ଫାଡ଼ିବାରେ ଲାଗିଥିଲେ । ସୂଚନା ଅନୁସାରେ ବ୍ୟକ୍ତିଜଣକ ଅଟକ ରଖାଯାଇଥିବା ଜଣାପଡ଼ିଛି ।
ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଓରେ ଖବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
విలన్ మీద కోపం – స్క్రీన్ చించేసిన ప్రేక్షకుడు#GUJARAT – At the Blue Chip Complex in #Bharuch, a viewer got angry at the villain during the movie #Chhaava and tore the screen.#VickyKaushal #RashmikaMandanna #ChhatrapatiShivajiMaharaj #ChatrapatiSambhajiMaharaj #Tupaki pic.twitter.com/aJMzF2Egm3
— Tupaki (@tupaki_official) February 19, 2025